ଦେଶ ବିଦେଶ
Jinping meets Trump: AI ହେବନି ମଣିଷର ମାଲିକ! ହ୍ୱାଇଟ ହାଉସରୁ ଚୀନର ବଡ଼ ବୟାନ
ବିଶ୍ୱକୁ ବଦଳାଇଦେଉଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କ’ଣ ଆଗାମୀ ଦିନରେ ମଣିଷଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ? ଏହି ପ୍ରଶ୍ନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ୱାଶିଂଟନର ହ୍ୱାଇଟ ହାଉସରୁ ଆସିଛି ବଡ଼ ସନ୍ଦେଶ। ଆମେରିକା ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ AIକୁ ମଣିଷର ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦେଇଛନ୍ତି।

ନୂଆଦିଲ୍ଲୀ: ବିଶ୍ୱକୁ ବଦଳାଇଦେଉଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କ’ଣ ଆଗାମୀ ଦିନରେ ମଣିଷଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ? ଏହି ପ୍ରଶ୍ନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ୱାଶିଂଟନର ହ୍ୱାଇଟ ହାଉସରୁ ଆସିଛି ବଡ଼ ସନ୍ଦେଶ। ଆମେରିକା ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ AIକୁ ମଣିଷର ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦେଇଛନ୍ତି । ୩ ଦିନିଆ ରାଜକୀୟ ଗସ୍ତରେ ଆମେରିକା ପହଞ୍ଚିଥିବା ଜିନପିଙ୍ଗଙ୍କୁ ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟ, ବିଶ୍ୱ ଶାନ୍ତି ଓ ନୂଆ ପ୍ରଯୁକ୍ତିକୁ ନେଇ ଆଲୋଚନା ହୋଇଥିଲା। ତେବେ ସବୁଠାରୁ ଅଧିକ ଗୁରୁତ୍ୱ ପାଇଥିଲା AI ପ୍ରସଙ୍ଗ।
ସୌଜନ୍ୟ ସମ୍ବାଦ




