ରାଜ୍ୟ

Judgement: ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଯୌତୁକ ପାଇଁ ନବବଧୂଙ୍କୁ ନିର୍ଯାତନା ଓ ହତ୍ୟା ଅଭିଯୋଗ ମାମଲାର କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ଅଦାଲତ ଶୁଣାଣି କରି ଲାଲବାଗ ଥାନା ଅନ୍ତର୍ଗତ ସୂତାହାଟର ସ୍ୱାମୀ ଅଲ୍ଲାରଖା ଖାନ୍‌(୪୧), ଶ୍ୱଶୁର କୌସର ଓରଫ ଦିଲ୍ଲୀପ ଖାନ୍‌(୬୨) ଓ ଶାଶୂ ବେବେିନା ଓରଫ...

କଟକ: ଯୌତୁକ ପାଇଁ ନବବଧୂଙ୍କୁ ନିର୍ଯାତନା ଓ ହତ୍ୟା ଅଭିଯୋଗ ମାମଲାର କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ଅଦାଲତ ଶୁଣାଣି କରି ଲାଲବାଗ ଥାନା ଅନ୍ତର୍ଗତ ସୂତାହାଟର ସ୍ୱାମୀ ଅଲ୍ଲାରଖା ଖାନ୍‌(୪୧), ଶ୍ୱଶୁର କୌସର ଓରଫ ଦିଲ୍ଲୀପ ଖାନ୍‌(୬୨) ଓ ଶାଶୂ ବେବେିନା ଓରଫ ଜହର ବିବି(୫୬)ଙ୍କୁ ଆଜୀବନ କରାଦଣ୍ଡ ପ୍ରଦାନ କରିଛନ୍ତି। ଆଇପିସିର ଦଫା ୩୦୨, ୪୯୮-କ, ୩୪, ‌ଯୌତୁକ ନିରୋଧ ଆଇନର ଧାରା ୪ରେ ଅଦାଲତ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ସହିତ ୭ହଜାର ଟଙ୍କା ଲେଖାଏ ଜରିମାନା ଦଣ୍ଡ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫, ନଭେମ୍ବର ୮ରେ ମୁସଲିମ୍ ରୀତିନୀତି ଅନୁଯାୟୀ ଜଗତପୁର ଗୁଜରପୁର ବାସିନ୍ଦା ତଥା ପୀଡ଼ିତାଙ୍କ ସହ ଅଲ୍ଲାରଖା ଖାନ୍‌ଙ୍କ ବିବାହ ହୋଇଥିଲା। କନ୍ୟା ପକ୍ଷ ପକ୍ଷରୁ ନଗଦ ୫୦ହଜାର ଟଙ୍କା, ସୁନା ଗହଣା ଓ ଘରକରଣା ସାମଗ୍ରୀ ଦିଆଯାଇଥିବା ବେଳେ ବାକି ୧୦ହଜାର ଟଙ୍କା ପରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ବିବାହର କିଛି ଦିନ ପରେ ବାକି ୧୦ହଜାର ଟଙ୍କା ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୂ ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା।

ବିବାହର ତିନି ମାସ ପରେ, ୨୦୧୬ ଫେବ୍ରୁଆରି ୧୧ ସକାଳେ ସୁତାହାଟସ୍ଥିତ ଶାଶୂରଘରୁ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ତାଙ୍କ ବେକରେ ଗଭୀର କ୍ଷତ ଚିହ୍ନ ରହିଥିଲା ଓ ଅଭିଯୁକ୍ତ ପରିବାର ସଦସ୍ୟ ଘରେ ଉପସ୍ଥିତ ନଥିଲେ। ପୀଡ଼ିତାଙ୍କ ମା’ଙ୍କ ଏତଲା ଆଧାରରେ ଲାଲବାଗ ଥାନା ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଦାଲତରେ ମାମଲାର ଶୁଣାଣି ବେଳେ ପ୍ରସିକ୍ୟୁସନ ତରଫରୁ ୧୯ ଜଣ ସାକ୍ଷୀଙ୍କ ଗ୍ରହଣ କରାଯାଇଥିଲା। ସରକାରଙ୍କ ତରଫରୁ ରାନୁ ସ୍ବାଭେଦା କୁମାର ମାମଲା ପରିଚାଳନା କରୁଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button