Kidney disease is increasing: ବଢ଼ୁଛି କିଡ୍‌ନି ରୋଗ କାରଣ ଖୋଜୁଛି ଓଡ଼ିଶା: ୮.୮୫ ଲକ୍ଷ ନେଉଛନ୍ତି ସେସନ୍‌, ୧୯ ହଜାର ଡାଏଲିସିସ୍‌

କିଡ୍‌ନି ରୋଗପ୍ରବଣ ହେବାରେ ଲାଗିଛି ଓଡ଼ିଶା। ଏହାର କାରଣ ଖୋଜିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ଏମ୍‌ସ ଭୁବନେଶ୍ବର, ଏସ୍‌ସିବି, ଭିମସାର, ଆଇସିଏମ୍‌ଆର୍‌, ଆର୍‌ଏମ୍‌ଆର୍‌ସି, କିଡ୍‌ନି ରୋଗ ବିଶେଷଜ୍ଞ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ....

ଗାର୍ଗୀ ଶତପଥୀ
ସମ୍ବଲପୁର: କିଡ୍‌ନି ରୋଗପ୍ରବଣ ହେବାରେ ଲାଗିଛି ଓଡ଼ିଶା। ଏହାର କାରଣ ଖୋଜିବା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ଏମ୍‌ସ ଭୁବନେଶ୍ବର, ଏସ୍‌ସିବି, ଭିମସାର, ଆଇସିଏମ୍‌ଆର୍‌, ଆର୍‌ଏମ୍‌ଆର୍‌ସି, କିଡ୍‌ନି ରୋଗ ବିଶେଷଜ୍ଞ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ୱାଟ୍‌କୋକୁ ନେଇ ଗଠିତ ଟିମ୍‌ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରି ସାରିଛନ୍ତି। କିଛି ମାସରେ ଏହି ଟିମ୍‌ ରୋଗୀଙ୍କ ପଞ୍ଜୀକରଣ ସାଙ୍ଗକୁ ରୋଗର କାରଣ ଚିହ୍ନଟ କରିବ ବୋଲି ସୂଚନା ଦେଇଛନ୍ତି ଏମ୍‌ସ ଭୁବନେଶ୍ବର ନେଫ୍ରୋଲୋଜି ବିଭାଗର ପ୍ରଫେସର ଡା. ସନ୍ଦୀପ ପଣ୍ଡା।

Exit mobile version