Pakhala Divas: ଲୁଣ ପଖାଳରେ ଜୀବନ ବଞ୍ଚିଛି ଜୁଆଙ୍ଗ ଜୀବନ

ବିଶ୍ବ ପଖାଳ ଦିବସ ଅବସରରେ ତାରକା ହୋଟେଲ୍‌ ଠାରୁ ବିଭିନ୍ନ ଅନୁଷ୍ଠାନରେ ଛ’ ତିଅଣକୁ ନ’ ଭଜା ସହିତ ଦହି ପଖାଳ ଉତ୍ସବ ପାଳନ କରାଯାଉଛି। କିନ୍ତୁ ସବୁଦିନ ଭୋକ ମେଣ୍ଟାଇବା ପାଇଁ ନଗଡ଼ାବାସୀଙ୍କ ଏକମାତ୍ର ଖାଦ୍ୟ ‘ଲୁଣ ପଖାଳ।

କାଳିଆପାଣି (ରବି ନାରାୟଣ କର): ବିଶ୍ବ ପଖାଳ ଦିବସ ଅବସରରେ ତାରକା ହୋଟେଲ୍‌ ଠାରୁ ବିଭିନ୍ନ ଅନୁଷ୍ଠାନରେ ଛ’ ତିଅଣକୁ ନ’ ଭଜା ସହିତ ଦହି ପଖାଳ ଉତ୍ସବ ପାଳନ କରାଯାଉଛି। କିନ୍ତୁ ସବୁଦିନ ଭୋକ ମେଣ୍ଟାଇବା ପାଇଁ ନଗଡ଼ାବାସୀଙ୍କ ଏକମାତ୍ର ଖାଦ୍ୟ ‘ଲୁଣ ପଖାଳ। ଜୁଆଙ୍ଗମାନଙ୍କର ଜୀବନ ଏମିତ। ସକାଳୁ ସଞ୍ଜ ଦିନକୁ ଅତିକମ୍‌ରେ ୨ ବେଳା କଂସାଏ ଲେଖାଏଁ ପଖାଳ ନଖାଇଲେ ଆମେ ଚଳି ପାରିବୁ ନାହିଁ। ତେଣିକି ଲୁଣ ଥାଉକି ପିଆଜ’ କହି ମନର ଭାବ ପ୍ରକାଶ କରନ୍ତି ଉପର ନଗଡ଼ାର ମଣିଆ ପ୍ରଧାନ। ନଗଡ଼ା, ଗୁହିଆଶାଳ, ଦେଓଗାଁ, ଅଶୋକଝର ଓ ତୁମୁଣିରେ ବସବାସ କରୁଥିବା ଜୁଆଙ୍ଗ ୧୫୦ରୁ ଅଧିକ ଜୁଆଙ୍ଗ ଜନଜାତି ପରିବାରରେ ସକାଳୁ ‌ଭୋଜନରେ ପଖାଳ ଖୋଜାପଡ଼େ ବୋଲି କହନ୍ତି ୨ ପୁରୁଖା ବ୍ୟକ୍ତି ତୁମୁଣି ଗାଁର ଦଶମନ୍ତିଆ ପ୍ରଧାନ ଓ ମାଳୁକୁ ପ୍ରଧାନ।

ଆମ ଜାତିରେ ପିଲାଏ ସ୍କୁଲ୍ ଯିବା ପୂର୍ବରୁ ନିହାତି ମୁଠେ ପଖାଳ ଖାଇଥାନ୍ତି ବୋଲି କହନ୍ତି ୱାର୍ଡସଭ୍ୟା ମଝିନଗଡ଼ାର ଲକ୍ଷ୍ମୀ ପ୍ରଧାନ। ସେହିପରି ପଖାଳ ତୋରାଣିରେ ଆମ ଛୁଆଙ୍କ ଶୋଷ ମରେ। ଲୁଣିଆ ‌ତୋରାଣିକୁ ବୋତଲରେ ପୂରାଇ ଧରାଇଦେଲେ ଛୁଆ ମାଆକ୍ଷୀର ଭୁଲିଯାଆନ୍ତି ବୋଲି କହନ୍ତି ତଳନଗଡ଼ାର ଗାଲେ ପ୍ରଧାନ।

ଆମେ ପୁରୁଣା ବାସୀ ପଖାଳକୁ ଜୁଆଦେଇ ଏହାକୁ ସ୍ବାଦିଷ୍ଟ କରାଇଥାଉ। ଏଣୁ ଖାଲି ଲୁଣଲଙ୍କା କିମ୍ବା ଆମ୍ବୁଲ ଖଣ୍ଡେ ହେଲେ ପେଟେ ପଖାଳ ଖାଇହେବାରେ ସମସ୍ୟା ନାହିଁ ବୋଲି କହନ୍ତି ନଗଡ଼ାର ସବୁଠୁ ବୟସ୍କା ମହିଳା ହୀରା ପ୍ରଧାନ। ଏପରିକି ରୋଗୀ, ଭୋଗୀ ଓ ପ୍ରସୂତି ସମସ୍ତଙ୍କ ପାଇଁ ପଖାଳ ଜୀବନର ଧାରା ସେ କହନ୍ତି। ସେ ଦିନକୁ ଅତିକମ୍‌ରେ ୨ଥର ପଖାଳ ଖାଉଥିବା କହନ୍ତି ଗୁହିଆଶାଳ ଗାଁର ଅଣଆନୁଷ୍ଠାନିକ ଶିକ୍ଷକ ଅନାମ ଜୁଆଙ୍ଗ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version