Pakhala Divas: ମାଟି ହାଣ୍ଡିରେ ସୁସ୍ୱାଦୁ ବ୍ୟଞ୍ଜନ; ପେଟପୁରା ଖାଇ ଝୁମିଲେ ପଖାଳପ୍ରେମୀ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣୀ ମଣ୍ଡପଠାରେ ବାମନଘାଟୀ ସାଂସ୍କୃତିକ ପରିଷଦ ତରଫରୁ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିଥି ଭାବେ...

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାରାଇରଙ୍ଗପୁରସ୍ଥ ପିସିଏମ କଲ୍ୟାଣୀ ମଣ୍ଡପଠାରେ ବାମନଘାଟୀ ସାଂସ୍କୃତିକ ପରିଷଦ ତରଫରୁ ବିଶ୍ୱ ପଖାଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିଥି ଭାବେ ପିଏଆଇଟି ଡିଏ ଜଗରଞ୍ଜନ ନାଏକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ନମ୍ରତା ରଥ,ବରିଷ୍ଠ ସାମ୍ବାଦିକ ମନୋଜ ଦାସ, ଡାକ୍ତର ଚିତ୍ତରଞ୍ଜନ ଶତପଥୀ ପ୍ରମୁଖ ମଂଚାସୀନ ହୋଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ।

ବାମନଘାଟୀ ସାଂସ୍କୃତିକ ପରିଷଦର ଆବାହକ ସୌରଭ ପଟ୍ଟନାୟକ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସାରସ୍ୱତ ସାଧକ ରଞ୍ଜନ କୁମାର ନନ୍ଦ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ପଖାଳ ଦିବସର ଅନୁଚିନ୍ତା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ପରଲୋକଗତ ସଙ୍ଗୀତ ଗୁରୁ ସୁବାଷ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ ପ୍ରତିମା ଦାସଙ୍କ ସମେତ କରଞ୍ଜିଆ ଘୂର୍ଣ୍ଣିଝଡରେ ମୃତକଙ୍କ ପାଇଁ ତଥା କଟକ ବଡ଼ ମେଡିକାଲର ଅଗ୍ନିଦଗ୍ଧ ବ୍ୟକ୍ତି ବିଶେଷମାନଙ୍କ ପାଇଁ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।

ଏହି ଅବସରରେ ପ୍ରତିଭା ପୂଜା କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ତଥା ବିଶିଷ୍ଟ ସାନ୍ତାଳୀ ସାହିତ୍ୟିକ ଚରଣ ହେମ୍ବ୍ରମ, ସମାଜସେବୀ ନମ୍ରତା ରଥ, ସୁନାମ ଧନ୍ୟ ଚିକିତ୍ସକ ଡାକ୍ତର ଦେବେନ୍ଦ୍ର ନାଥ ଟୁଡୁ, ବରିଷ୍ଠ କଳାକାର ପ୍ରକାଶ ଚନ୍ଦ୍ର ପାତ୍ର, ବିଶିଷ୍ଟ କଣ୍ଠିଶିଳ୍ପୀ ଶକୁନ୍ତଳା ମହାନ୍ତି, ବିଶିଷ୍ଟ ତବଲା ବାଦକ ସ୍ୱରୂପ ବେହେରା, ସାମ୍ୱାଦିକ ଅନୱାର ହୁସେନ ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସୃତିଫଲକ୍  ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା।ଏଥିରେ ବହୁସଂଖ୍ୟାରେ ଓଡିଆ ସଂସ୍କୃତି ଓ ପଖାଳ ପ୍ରେମୀ ଏକତ୍ରିତ ହୋଇ ସୁସ୍ୱାଦୁ ବ୍ୟଞ୍ଜନ ସହ ସମବେତ ପଖାଳ ଖାଇବା ଓ ଦିବସ ପାଳନ କରିବା ସମସ୍ତଙ୍କ ପାଇଁ ନିଆରା ଅନୁଭୂତି ଥିଲା।

ସାଜଐରଆୱାଜର ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରିୟବ୍ରତ ଦାସ, ନିୟତି ମହାନ୍ତି, ପ୍ରକାଶ ପାତ୍ର, ପଙ୍କଜ ମହାନ୍ତ, ଡଃ.ତନ୍ମୟୀ ରଥ, ମହାନ୍ତ ବବିତା କୈଳୟାର, ସୀମା କୈଳୟାର, ଖୁସବୁ ପାଲ ପ୍ରମୁଖ ମନଛୁଆଁ ସୁମଧୁର ଓଡିଆ ଭଜନ ପରିବେଷଣ କରିଥିଲେ। ପରେପରେ ଉପସ୍ଥିତ ସମସ୍ତେ ସୁସ୍ୱାଦୁ ଦହି ପଖାଳ ସହ, କାକୁଡି, ବଡିଚୁରା, ସଜନାଛୁଇଁ ରସା, କଲରା ଭଜା,ବାଇଗଣ ଭର୍ତ୍ତା, ଟମୋଟୋ ଚଟଣି, ଆଳୁ ଭର୍ତ୍ତା, ଭେଣ୍ଡି ମସଲା, ଶାଗ ଭଜା, ମାଛ ଭଜା, ମଞ୍ଜି ବରା, ଆଳୁ ପୋଟଳ ଭଜା ଇତ୍ୟାଦି ସୁସ୍ୱାଦୁ ବ୍ୟଞ୍ଜନରେ ଆପ୍ୟାୟିତ ହୋଇଥିଲେ। ରାଇରଙ୍ଗପୁର କଲେଜ ଓ ମହିଳା ମହାବିଦ୍ୟାଳୟର ଏନଏସଏସ, ରେଡି ଭଲେଣ୍ଟିଅର ସ୍ୱେଚ୍ଛାସେବୀମାନେ ଉଲ୍ଲେଖନୀୟ ସେବା ଯୋଗାଇଥିଲେ। ଶେଷରେ ସାରସ ସାଧକ ରଞ୍ଜନ କୁମାର ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ପ୍ରଶାନ୍ତ ପରୀକ୍ଷା, ଦୁଷ୍ମନ୍ତ ଦାସ, ରାଜେଶ ପ୍ରଜାପତି, ତିମିର ରଞ୍ଜନ ପଣ୍ଡା, ଡ ଦିଗମ୍ବର ଗିରି, ଚିତ୍ତରଞ୍ଜନ ପଟ୍ଟନାୟକ, ଗଟିକୃଷ୍ନ ମହାନ୍ତ, ସାମ୍ବାଦିକ ସୁଜିତ ପଟ୍ଟନାୟକ, କିଶୋର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version