ରାଜ୍ୟ

landslide in Bolingia: ବଲିଙ୍ଗିଆରେ ଭୟଙ୍କର ଭୂସ୍ଖଳନ

କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ କତିଙ୍ଗିଆ ପଞ୍ଚାୟତର ବଲିଙ୍ଗିଆ ଗ୍ରାମ ପାହାଡ଼ରୁ ଆଜି ପ୍ରବଳ ବର୍ଷା ପ୍ରଭାବରେ ବଡ଼ ବଡ଼ ପଥର ଅତଡ଼ା ଖସିଛି। ପଥର, ମାଟିଅତଡ଼ା ଓ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଘୁ.ଉଦୟଗିରି: କନ୍ଧମାଳଜିଲ୍ଲା ଘୁ.ଉଦୟଗିରି ବ୍ଲକ୍‌ କତିଙ୍ଗିଆ ପଞ୍ଚାୟତର ବଲିଙ୍ଗିଆ ଗ୍ରାମ ପାହାଡ଼ରୁ ଆଜି ପ୍ରବଳ ବର୍ଷା ପ୍ରଭାବରେ ବଡ଼ ବଡ଼ ପଥର ଅତଡ଼ା ଖସିଛି। ପଥର, ମାଟିଅତଡ଼ା ଓ ଗଛ ଉପୁଡ଼ି ରାସ୍ତା ଉପରେ ପଡ଼ି ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରାୟ ଏକ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ପାହାଡ଼ ଧସିଛି। କେତେକ ସ୍ଥାନରେ ୨୦୦ ଫୁଟରୁ ଅଧିକ ଗଭୀର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ୧୨ ପରିବାରର ୪୦ ଜଣ ଫସିଥିବା ସୂଚନା ପାଇ ଅଗ୍ନିଶମବାହିନୀ କର୍ମଚାରୀ ଗଛରେ ରଶି ବାନ୍ଧି ଦୁର୍ଗମ ଜଙ୍ଗଲ ମଧ୍ୟରେ ବିପଦପୂର୍ଣ୍ଣ ଅଞ୍ଚଳ ପାର ହୋଇ ସେମାନଙ୍କୁ ସୁରକ୍ଷିତ ‌ଉଦ୍ଧାର କରିଥିଲେ।

୪୦ ଜଣଙ୍କୁ କିଲାକିଆ ଆଶ୍ରମସ୍କୁଲରେ ଥଇଥାନ କରାଯାଇଥିବା ସରପଞ୍ଚ ବିଭୂତି ପ୍ରଧାନ ସୂଚନା ଦେଇଛନ୍ତି। ଘର ଭିତରେ ପାଣି, କାଦୁଅ ଓ ମାଟି ପଶି ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କେତେକ କୁକୁଡ଼ା ଓ ଛେଳି ଭାସିଯାଇଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ  ପ୍ରଦୀପ ପ୍ରଧାନ, ବନ୍ଧୁରାଜ ପ୍ରଧାନ ଓ ସହଦେବ ପ୍ରଧାନଙ୍କ ସମେତ ୧୫ରୁ ଅଧିକ ଚାଷୀଙ୍କ ଚାଷଜମିରେ ମାଟି ଓ ପଥର କୁଢ଼ ହୋଇଯାଇଛି। ହଳଦୀ, ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଘୁ.ଉଦୟଗିରି ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଅଗ୍ନିଶମ ଅଧିକାରୀ ମହେଶ୍ୱର ପ୍ରଧାନ ଓ ଡାକ୍ତର ଦେବବ୍ରତ ବାରିକଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button