ଦେଶ ବିଦେଶ

License: ଅଲିମ୍ପିଆ କଫି ହାଉସ୍‌ର ଖାଦ୍ୟ ଲାଇସେନ୍ସ ରଦ୍ଦ

ହଲିଉଡ୍‌ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲାନ୍‌, ଅଭିନେତା ମ୍ୟାଟ୍‌ ଡେମନ୍‌ ଓ ଟମ୍‌ ହଲାଣ୍ଡଙ୍କୁ ଚା’ ଓ ବନ୍‌ ମସ୍କା ଖୁଆଇ ଚର୍ଚ୍ଚାକୁ ଆସିଥିବା ମୁମ୍ବାଇର ୧୦୮ ବର୍ଷର ପୁରୁଣା ଅଲିମ୍ପିଆ କଫି ହାଉସ୍‌ର ଖାଦ୍ୟ ଲାଇସେନ୍ସ ସାମୟିକ ଭାବେ ବାତିଲ ହୋଇଛି

ମୁମ୍ବାଇ: ହଲିଉଡ୍‌ ନିର୍ଦ୍ଦେଶକ କ୍ରିଷ୍ଟୋଫର ନୋଲାନ୍‌, ଅଭିନେତା ମ୍ୟାଟ୍‌ ଡେମନ୍‌ ଓ ଟମ୍‌ ହଲାଣ୍ଡଙ୍କୁ ଚା’ ଓ ବନ୍‌ ମସ୍କା ଖୁଆଇ ଚର୍ଚ୍ଚାକୁ ଆସିଥିବା ମୁମ୍ବାଇର ୧୦୮ ବର୍ଷର ପୁରୁଣା ଅଲିମ୍ପିଆ କଫି ହାଉସ୍‌ର ଖାଦ୍ୟ ଲାଇସେନ୍ସ ସାମୟିକ ଭାବେ ବାତିଲ ହୋଇଛି। ମହାରାଷ୍ଟ୍ର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗ୍ରାହକଙ୍କ ଅଭିଯୋଗ ପରେ ‘ସେଫ୍‌ ଫୁଡ୍‌ ସେଫ୍‌ ମହାରାଷ୍ଟ୍ର’ ଅଭିଯାନରେ ବୁଧବାର କୋଲାବାସ୍ଥିତ ଏହି କଫି ହାଉସ୍‌ରେ ଯାଞ୍ଚ କରାଯାଇଥିଲା।

ଏହାଛଡ଼ା ଖାଦ୍ୟ କାଟିବା ପାଇଁ ଭଙ୍ଗା-ମଇଳା କାଠ ଫଳକ ବ୍ୟବହାର କରାଯାଉଥିଲା ଏବଂ କର୍ମଚାରୀମାନେ ଆବଶ୍ୟକ ସୁରକ୍ଷା ପୋଷାକ ପିନ୍ଧୁନଥିଲେ। ଅଲିମ୍ପିଆର ୩୫ ଜଣ ଖାଦ୍ୟ ପରିଚାଳନା କର୍ମଚାରୀଙ୍କ ମଧ୍ୟରୁ ୩୪ ଜଣ ଆବଶ୍ୟକ ଖାଦ୍ୟ ସୁରକ୍ଷା ପ୍ରଶିକ୍ଷଣ ନେଇନଥିଲେ। ଏଥିସହ ଆବଶ୍ୟକ ପାଣି ପରୀକ୍ଷା ରିପୋର୍ଟ ଓ ସ୍ୱଚ୍ଛତା ସମ୍ପର୍କିତ ରେକର୍ଡ ମଧ୍ୟ ଉପଲବ୍ଧ ନଥିଲା। ଏଣୁ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ର ଧାରା ୩୨(୩) ଅନୁଯାୟୀ ଲାଇସେନ୍ସକୁ ବାତିଲ କରାଯାଇଛି। ଲାଇସେନ୍ସ ବାତିଲ ଥିବା ସମୟରେ କଫି ହାଉସ୍‌ ଖାଦ୍ୟ କିଣିବା, ପ୍ରସ୍ତୁତ କରିବା, ସଂରକ୍ଷଣ, ବିକ୍ରି କିମ୍ବା ବଣ୍ଟନ କରିପାରିବ ନାହିଁ। ତ୍ରୁଟିଗୁଡ଼ିକ ସୁଧାରିବା ପରେ ଏଫ୍‌ଡିଏର ପୁନଃଯାଞ୍ଚରେ ମାନଦଣ୍ଡ ପୂରଣ ହେଲେ ହିଁ ଲାଇସେନ୍ସ ପୁଣି ମିଳିପାରିବ।

୧୯୧୮ରେ ସୟଦ ମହମ୍ମଦ ମେରାବ୍‌ ଏହି କଫି ହାଉସ୍‌ ପ୍ରତିଷ୍ଠା କରିଥିଲେ। ଚଳିତ ବର୍ଷ ଜୁଲାଇରେ ‘ଦ ଓଡିଶୀ’ର ଭାରତୀୟ ପ୍ରିମିୟର ପୂର୍ବରୁ ନୋଲାନ୍‌, ଡେମନ୍‌ ଓ ହଲାଣ୍ଡ ଏଠାକୁ ଆସି ଚା’ ଓ ବନ୍‌ ମସ୍କା ଖାଇଥିଲେ। ଏହା ପରେ ଏହି କଫି ହାଉସ୍‌ ବିଶେଷ ଚର୍ଚ୍ଚାରେ ରହିଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button