ଅପରାଧରାଜ୍ୟ

Liquor: ପୁଣି ଧରାପଡ଼ିଲା ୩୯୬ ଲିଟର ମହୁଲି ମଦ, ୭ ଅଭିଯୁକ୍ତ ଗିରଫ

ରାଉରକେଲା: ବେଆଇନ ଦେଶୀ ମଦ କାରବାରରେ ଅଙ୍କୁଶ ଲଗାଇବାକୁ ରାଉରକେଲା ଅବକାରୀ ପୁଲିସର ଧରପଗଡ଼ ଜାରି ରହିଛି। ଏହି କ୍ରମରେ ବିଶ୍ରା ଓ ବନ୍ଧମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଅବକାରୀ ପୁଲିସ ୩୯୬ ଲିଟର ବେଆଇନ ମହୁଲି ମଦ ଜବତ ଓ ୭୫ କ୍ବିଣ୍ଟାଲ ମହୁଲପୋଚ ଜବତ କରିଛି।

ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି

ଏହାସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଉଛନ୍ତି ଅର୍ଜୁନ ମାହାଲି, ସରସ୍ବତୀ ଏକ୍କା, ସିଲାସ ହଂସ, ମହାଦେବ ତିର୍କୀ, ଲାଧୁ ତିର୍କୀ, କରଣ ତିର୍କୀ ଓ ଚୈତ କୁମ୍ଭାର। ଉଲ୍ଲେଖଯୋଗ୍ୟ, ଗତକାଲି ବୁଚାହଣ୍ଡା, ରେଲାପୋଷ, ଖଇରବନ୍ଧ, ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଚଢଉ ହୋଇଥିଲା। ଚଢଉବେଳେ ୮୮୫ ଲିଟର ବେଆଇନ ମହୁଲି ମଦ ଓ ୧୭,୯୫୦ କେଜି ମହୁଲପୋଚ ଜବତ କରାଯିବାସହ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ଚଢଉରେ ଅବକାରୀ ଇନ୍ସପେକ୍ଟର ମୋହନ ପଧାନ, ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ହେମନ୍ତ ମହାନନ୍ଦିଆ, ଏଏସ୍‌ଆଇ ବିନୋଦିନୀ ବେହେରା, ବିଦ୍ୟୁତ ଭୂଷଣ ଦାଶ ଓ ଯୁବରାଜ ବାଗଙ୍କ ସମେତ ଗୋବର୍ଦ୍ଧନ ବିଶି, ସୌମ୍ୟ ରଞ୍ଜନ ସାହୁ, ଆୟେଶା ମିଞ୍ଜ, ତ୍ରିଲୋଚନ ପାଢ଼ୀ, ପ୍ରଦୀପ ଲୁଗୁନ, ସୁକାନ୍ତ ଅମାତ, ବବୁଲ ସ୍ୱାଇଁ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ଲିଳିମା ଭୋଇ, ସୂର୍ଯ୍ୟକାନ୍ତ ସ୍ୱାଇଁ, ନିରଞ୍ଜନ ରାଉତ, ଜଗନ୍ନାଥ ମୁଣ୍ଡାରୀ ପ୍ରମୁଖ ସାମିଲ ଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button