Literature: ଗଳ୍ପ ‘ପାଉଁଶ ଅଞ୍ଚଳ’ ସ୍ବାଗତିକା ସ୍ବାଇଁଙ୍କ କଲମରୁ ନିସୃତ…

ମଧୁମତୀ ସହିତ ଖୁବ୍ ଭଲରେ ସମୟ କଟୁଥିଲା ଦାରିଦ୍ର୍ୟଭଞ୍ଜନର! ଯଦିଓ ଦୁହେଁ ପେଟ୍ରୋଲ ପମ୍ପ ହତାରେ ଥିବା ସେଇ ଛୋଟ ଷ୍ଟୋର୍‌ହାଉସ୍‌ ଭିତରେ ଅଣଓସାରିଆ ଜାଗାଟିରେ ବଡ଼ କଷ୍ଟରେ ରହୁଥିଲେ। ମାତ୍ର ପରସ୍ପର ସହିତ ସାଙ୍ଗ ହେଇ ରହିବାଟା ବଡ଼ ଆମୋଦଦାୟକ ଥିଲା।

ପାଉଁଶ ଅଞ୍ଚଳ

ସ୍ବାଗତିକା ସ୍ବାଇଁ

ମଧୁମତୀ ସହିତ ଖୁବ୍ ଭଲରେ ସମୟ କଟୁଥିଲା  ଦାରିଦ୍ର୍ୟଭଞ୍ଜନର! ଯଦିଓ ଦୁହେଁ ପେଟ୍ରୋଲ ପମ୍ପ ହତାରେ ଥିବା ସେଇ ଛୋଟ ଷ୍ଟୋର୍‌ହାଉସ୍‌ ଭିତରେ ଅଣଓସାରିଆ ଜାଗାଟିରେ ବଡ଼ କଷ୍ଟରେ ରହୁଥିଲେ। ମାତ୍ର ପରସ୍ପର ସହିତ ସାଙ୍ଗ ହେଇ ରହିବାଟା ବଡ଼ ଆମୋଦଦାୟକ ଥିଲା। ତେଣୁ କଷ୍ଟ ଜଣାପଡୁ ନ ଥିଲା। ଅସୁବିଧା ବାଧୁ ନ ଥିଲା।

ଅବଶ୍ୟ ଏଠା ଚାକିରିଆଙ୍କ ପାଇଁ ପମ୍ପ୍‌ ହତା ଭିତରେ ରହିବାର ସୁବିଧା ନ ଥାଏ ସାଧାରଣତଃ। କିନ୍ତୁ ଯଦି ମାଲିକକୁ ଏକାବେଳେକେ ଦି’ ଦି’ ଜଣ ରାତି ଜଗୁଆଳି ମିଳିଯାଏ ମାଗଣାରେ, ସିଏ ମନା କରିବ କାହିଁକି?

ଏଣୁ ସୁଦୂର ଭଞ୍ଜନଗରରୁ କାମ ପାଇଁ ବାରଦ୍ବାର ବୁଲିବୁଲି ହତାଶ ହେବା ପରେ ଦାରିଦ୍ର୍ୟଭଞ୍ଜନ ଏଠି ଆସି ରହିଯାଇଛି। ସୌଭାଗ୍ୟକୁ ମଧୁମତୀର ସାଖ୍ୟ।
: ହେଇକ୍ ଦାରିଦ୍ର! ତୁମ ମଧୁ କୁଆଡ଼େ ଗଲା? ଆଜି କାଇଁ ଦିଶୁନାଇଁ ତ?
ତେଲ ପକେଇବାକୁ ଆସି କୋଉ ଜଣେ ନାଗୁଆ ଗ୍ରାହକ ଏମିତି ପଚାରିଦେଲେ ଦାରିଦ୍ର୍ୟଭଞ୍ଜନର ପିତ୍ତ ମୁଣ୍ଡକୁ ଚଢ଼ିଯାଏ। ଆଜି ମଧ୍ୟ ସେଇଆ ଘଟିଲା।
ହେଇପାରେ, ଫୁଏଲ୍ ଆଟେଣ୍ଡାଣ୍ଟ୍‌ର ଛୋଟିଆ ଚାକିରି ତା’ର। କାମଟା ଯଦିଓ ସିଫ୍‌ଟ ଅନୁଯାୟୀ। କିନ୍ତୁ ଥରେ କାମରେ ଛିଡ଼ା ହେଇଗଲେ, କେତେବେଳେ ଛୁଟି ପାଇବ ତା’ର ଠିକଣା ନାଇଁ। ତେଲ ପକେଇବା, କ୍ୟାସ୍ ଆଉ ୟୁପିଆଇରେ ଠିକ୍ ହିସାବ କରି ପଇସା ରଖିବା, କାମ ଭିତରେ ମୁହୂର୍ତ୍ତେ ଫୁରୁସତ ନ ପାଇବାବାଲା ଅକ୍ଳାନ୍ତ ପରିଶ୍ରମର କାମ। ତଥାପି ତା’ର ଗୋଟାଏ ନିଜର ବ୍ୟକ୍ତିଗତ ଅଞ୍ଚଳ ଅଛି। ଯୋଉଠି ସେ ମଧୁମତୀକୁ ବଡ଼ ଯତ୍ନରେ ରଖିଛି। ବାଟଚାହଁା ଯିଏ ମାନେ ସିଏ ଯୋଉଠି ନା ସେଇଠି ତା’ କଥା ପଚାରି ଦବାଟା ଠିକ୍ କି!

 

 

 

ସୌଜନ୍ୟ ସମ୍ବାଦ

Exit mobile version