Loknath Road: ପେଜନଳାରୁ ଲୋକନାଥ ରୋଡ୍‌: ମାଟିତଳେ ଏକାଭଳି ୧୨୬ କୋଠା, ‘ଟି’ ଆକୃତିର ନିର୍ମାଣ ରହିଛି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଜିପିଆର୍‌ (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସର୍ଭେ ରିପୋର୍ଟ ମାଟିତଳେ ଥିବା ରହସ୍ୟକୁ ପଦାରେ ପକାଇ ଦେଇଛି। ସର୍ଭେ ରିପୋର୍ଟ ଏବେ ସେତେବେଳର ପ୍ରତିଟି ଅଭିଯୋଗ, ଆଶଙ୍କାକୁ ସତ ବୋଲି ପ୍ରମାଣିତ କରିବା ପରେ ଏବେ ମୁଣ୍ଡ ବିନ୍ଧିଛି।

ପୁରୀଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଜିପିଆର୍‌ (ଗ୍ରାଉଣ୍ଡ୍ ପେନିଟ୍ରେଟିଂ ରାଡାର୍) ସର୍ଭେ ରିପୋର୍ଟ ମାଟିତଳେ ଥିବା ରହସ୍ୟକୁ ପଦାରେ ପକାଇ ଦେଇଛି। ସର୍ଭେ ରିପୋର୍ଟ ଏବେ ସେତେବେଳର ପ୍ରତିଟି ଅଭିଯୋଗ, ଆଶଙ୍କାକୁ ସତ ବୋଲି ପ୍ରମାଣିତ କରିବା ପରେ ଏବେ ମୁଣ୍ଡ ବିନ୍ଧିଛି। ଏମାର ମଠ, ରଥଖଳାରୁ ଉତ୍ତର ଦ୍ବାର ପର୍ଯ୍ୟନ୍ତ ଅଞ୍ଚଳରେ ମାଟିତଳେ ସୁନାଇଟା ଭଳି ମୂଲ୍ୟବାନ ଜିନିଷର ସମ୍ଭାବନା ଥିବା ରିପୋର୍ଟ ସ୍ପଷ୍ଟ କରିବା ପରେ ଏବେ ପେଜନଳାରୁ ଦକ୍ଷିଣଦ୍ବାର ଦେଇ ଲୋକନାଥରୋଡ୍‌ ପର୍ଯ୍ୟନ୍ତ ମାଟିତଳେ ଚକିତ କରିଦେବା ଭଳି ପଦାର୍ଥ ରହିଥିବା ଜଣାପଡ଼ିଛି।  ଏହି ଅଞ୍ଚଳର ମାଟିତଳେ ସମାନ ଡିଜାଇନ୍‌ର ୧୨୬ଟି କୋଠା ରହିଛି। ଏହି କୋଠାର ସାମନା ବା ପଛରେ ଇଂରାଜୀ ଅକ୍ଷର ‘ଟି’ ଆକୃତିର ନିର୍ମାଣ ରହିଛି। ଏଭଳି ନିର୍ମାଣକୁ ନେଇ ଚିନ୍ତା ବଢ଼ିଛି। ଘର ସାମନା ବା ପଛରେ କିଏ କାହିଁକି ଏଭଳି ଡିଜାଇନ୍‌ର ନିର୍ମାଣ କରିଥିଲା ତାହାକୁ ନେଇ ଗବେଷକମାନେ ତର୍ଜମା ଆରମ୍ଭ କରିଛନ୍ତି। ଆଉ କିଛି ଧାତବ ପଦାର୍ଥ ଅଛି ଯାହାକୁ ଚିହ୍ନଟ କରାଯାଇ ପାରିନାହିଁ। ବଡ଼କଥା ହେଉଛି ଦକ୍ଷିଣ-ପୂର୍ବ ବା ଏମାର ମଠ ଅଞ୍ଚଳ ଏବଂ ଏହି ଅଞ୍ଚଳରେ ସମାନ ଡିଜାଇନ୍‌ର କୋଠା ରହିଛି। ଏହି ଦୁଇ କୋଠାକୁ ସଂଯୋଗ କରିବାକୁ ଏକ ବଡ଼ ସୁଡ଼ଙ୍ଗ କିମ୍ବା ଛାତକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କରାଯାଇଥିଲା। ଏଣୁ ସେ ସବୁକୁ ସୁରକ୍ଷିତ ଖନନ କରିବାକୁ ରିପୋର୍ଟରେ ସୁପାରିସ କରାଯାଇଛି।

‘ଟି’ ଆକୃତିର ନିର୍ମାଣ ରହିଛି, ପଞ୍ଜାବୀ ମଠ ତଳେ ଖମାର

ଚକିତ କଲା ଭଳି କିଛି ପଦାର୍ଥ ରହିଛି
ମନା କରିଥିଲା ଏଏସ୍‌ଆଇ, ନ ଶୁଣି ଖୋଳିଥିଲା ଓବିସିସି

ଏହି ଅଞ୍ଚଳର ୦.୯ରୁ ୪.୧ ମିଟର ତଳେ ବଡ଼ ବଡ଼ ନିର୍ମାଣ ରହିଛି। ଶୂନରୁ ୧ ମିଟର ଭିତରେ ୧୯ଟି ନିର୍ମାଣ ରହିଛି। ୧.୧ରୁ ୨ମିଟର ଭିତରେ ୧୩ଟି ନିର୍ମାଣ ରହିଛି। ପଞ୍ଜାବୀ ମଠ ତଳେ ୨୨.୫ ବର୍ଗମିଟର ଆକାରର ଏକ ବଡ଼ ନିର୍ମାଣ ରହିଛି। ଏହା ସେତେବେ‌ଳର ଖମାର(ଧନସମ୍ପତ୍ତି ରଖିବା ପାଇଁ ଗୁପ୍ତ ଚାମ୍ବର)ବୋଲି ଅନୁମାନ କରାଯାଉଛି। ଚାରିପଟୁ ବନ୍ଦ ଥିବାରୁ ଏଥିରେ ଧନସମ୍ପତ୍ତି ଥିବା ଆଶଙ୍କା କରାଯାଉଛି। ଏହି ନିର୍ମାଣ ସମ୍ମୁଖରେ ଏକ ଦୀର୍ଘ ପ୍ରାଚୀର ରହିଛି। ଚୋର ତଥା ଆକ୍ରମଣକାରୀକୁ ପ୍ରତିହତ କରିବା ପାଇଁ ଏହା ନିର୍ମାଣ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି। ଗାନ୍ଧୀନଗର ଆଇଆଇଟି କରିଥିବା ସର୍ଭେରେ ସମଗ୍ର ଅଞ୍ଚଳକୁ ଏଭଳି ଭାଗଭାଗ କରି ରିପୋର୍ଟ ପ୍ରସ୍ତୁତ କରିଛି। ଅଧିକାଂଶ କ୍ଷେତ୍ରରେ ସଂସ୍ଥା ସୁରକ୍ଷିତ ଖନନର ସୁପାରିସ କରିଛି। ଏମାର ମଠ ଅଞ୍ଚଳ ସମେତ ନୃସିଂହ ମନ୍ଦିର, ବୁଢ଼ୀ ମା’ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ରାସ୍ତାରେ ୪୩ଟି ଐତିହ୍ୟ ଠାବ ହେବା ସହ ଇଟା ଆକୃତିର ଧାତବ ପଦାର୍ଥ ଥିବା ଚିହ୍ନଟ କରାଯିବା ପରେ ସେଠାରେ ମଧ୍ୟ ସୁରକ୍ଷିତ ଖନନ ସୁପାରିସ କରାଯାଇଥିଲା।

ପୁରୀ ଏକ ଐତିହ୍ୟ ସହର ହୋଇଥିବାରୁ ମାଟିତଳେ ଏଭଳି ମୂଲ୍ୟବାନ ପଦାର୍ଥ ଥିବା ଆଶଙ୍କା କରାଯାଉଥିଲା। ପରିକ୍ରମା ପ୍ରକଳ୍ପ ପାଇଁ ସରକାର ନିଯୁକ୍ତ କରିଥିବା ସରକାରୀ ସଂସ୍ଥା ଓବିସିସି ମନଇଚ୍ଛା ଖୋଳୁଥିଲା। ଏହି ଖୋଳାତଡ଼ା ଜାତୀୟ ସ୍ମାରକ ପ୍ରାଧିକରଣ (ଏନ୍‌ଏମ୍‌ଏ) ଠାରୁ ସ୍ବୀକୃତି ନିଆଯାଇ ନଥିଲା। ଏଣୁ ଏହା ଉପରେ ଏଏସ୍‌ଆଇ ପ୍ରଶ୍ନ ଉଠାଇ ଦୁଇ ଥର ଓବିସିସି ସମେତ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଏସ୍‌ପିଙ୍କୁ ଚିଠି ଲେଖିଥିଲା। ହେଲେ ଓବିସିସି କିଛି ନ ଶୁଣି ରାତି ଅଧିଆ ଖୋଳାତଡ଼ା କରିଥିଲା। ଯଦିଓ ଏବେ ଖୋଳାତଡ଼ା ବନ୍ଦ ଅଛି, ତଥାପି ଜିପିଆର୍‌ଏସ୍‌ ରିପୋର୍ଟ ଆଧାରରେ ଏସବୁକୁ ଖୋଳି, ଐତିହ୍ୟ ସଂରକ୍ଷଣ କରିବାକୁ ଗବେଷକ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version