LPG Gas Cylinder: ଗ୍ୟାସ୍ ସିଲିଣ୍ଡର ପାଇଁ ଆତଙ୍କିତ ଗ୍ରାହକ: ବଢ଼ୁଛି ବୁକିଂ, ବଢ଼ିଲା ଲକ୍‌-ଇନ୍‌ ଅବଧି… ଡିଲର୍‌ସିପ୍‌ରେ ଗ୍ରାହକଙ୍କ ଲମ୍ବା ଧାଡ଼ି

ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ଆଗକୁ ଆଉ ଏଲ୍‌ପିଜି ମିଳିବନି। ଏଭଳି ଗୁଜବ ପ୍ରଚାର ହେଉଥିବାରୁ ଦେଶର ବିଭିନ୍ନ ସହରରେ ଏଲ୍‌ପିଜିକୁ ନେଇ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଲୋକମାନେ ଖାଲି ସିଲିଣ୍ଡର ନେଇ ବିତରଣ ଏଜେନ୍ସି ସାମ୍ନାରେ ଲମ୍ବା ଧାଡ଼ିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ନୋଏଡାର ସେକ୍ଟର ୨୨, ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଏକ ଗାଁରୁ ଏଲ୍‌ପିଜିକୁ ନେଇ ଗ୍ରାହକଙ୍କ ଲମ୍ବା ଧାଡ଼ି ବିଶିଷ୍ଟ ଭିଡିଓ ଭାଇରାଲ୍‌ ହୋଇଛି। ଦେଶରେ ଏଲ୍‌ପିଜିର କୌଣସି ଅଭାବ ନାହିଁ ଓ ଗୁଜବରେ ବିଶ୍ବାସ ନ କରିବାକୁ ସରକାର ବାରମ୍ବାର କହୁଥିଲେ ମଧ୍ୟ ତାହା ଲୋକମାନଙ୍କ ମନରେ ରହିଥିବା ଉଦବେଗକୁ ଦୂର କରିପାରିନାହିଁ। ଯୋଗାଣକାରୀଙ୍କ ମତରେ ବର୍ତ୍ତମାନ ସୁଦ୍ଧା ଏଲ୍‌ପିଜିର କୌଣସି ଅଭାବ ନାହିଁ। କିନ୍ତୁ ଗତ କିଛି ଦିନ ହେଲାଣି ଆତଙ୍କିତ ହୋଇ ସିଲିଣ୍ଡର କିଣୁଥିବା ଗ୍ରାହକଙ୍କ ସଂଖ୍ୟା ବହୁତ ବଢ଼ିଛି।

ସୌଜନ୍ୟ Prameya News7

Exit mobile version