ଏହି ଅବସରରେ ପରିଷଦ ପକ୍ଷରୁ ଚିଲିକା ନିର୍ବାଚନମଣ୍ଡଳୀର ସର୍ବାଙ୍ଗୀନ ବିକାଶ ପାଇଁ ୭୦ରୁ ଅଧିକ ପ୍ରସ୍ତାବ ସମ୍ବଳିତ ପୁସ୍ତିକା ମନ୍ତ୍ରୀଙ୍କୁ ଅର୍ପଣ କରାଯାଇଥିଲା। ପରେ ଅନୁଷ୍ଠାନର ସ୍ମରଣିକା ସହିତ ଲେଖକ ଲକ୍ଷ୍ମୀଧର ପଲାଇଙ୍କ ପୁସ୍ତକ ‘ଜ୍ଞାନରତ୍ନ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀର କବି ଗିରିଜା କୁମାର ବଳିଆରସିଂହଙ୍କୁ ‘ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ସଂସ୍କୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ଗଣିତଜ୍ଞ ଲଡ଼ୁକିଶୋର ଭୋପା, ହୋମିଓପାଥି ଚିକିତ୍ସକ ଗୋଦାବରୀଶ ଜେନା, ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଗାର୍ଗୀ ପଣ୍ଡା ମହାପାତ୍ରଙ୍କୁ ମା’ ଭଗବତୀ ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା। ନିର୍ବାଚନମଣ୍ଡଳୀର ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ବାଣପୁର ସରସ୍ୱତୀ ଶିଶୁମନ୍ଦିର ଛାତ୍ର ଚନ୍ଦନ ସ୍ୱାଇଁଙ୍କୁ ସମାଜସେବୀ ଲକ୍ଷ୍ମୀଧର ଭୋଳ ସ୍ମାରକୀ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ସର୍ବେଶ୍ୱର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଅଧ୍ୟାପିକା ତ୍ରିବେଣୀ ଭୋଳ ସହଯୋଗ କରିଥିଲେ। ସଂପାଦକ ସୁବଳ ଚରଣ ଭୋଳ ବାର୍ଷିକ ବିବରଣୀ ପାଠ କରିଥିଲେ। ଯୁଗ୍ମ ସଂପାଦକ ବିବୁଧେନ୍ଦୁ ଭୋଳ ପ୍ରସ୍ତାବନା ପୁସ୍ତିକା ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରଦୀପ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ସୌଜନ୍ୟ ସମ୍ବାଦ