Indian youth in Russian Army: ପଢ଼ିବାକୁ ଯାଇ ୟୁକ୍ରେନ ଯୁଦ୍ଧ ଲଢ଼ୁଛନ୍ତି ଭାରତୀୟ ଯୁବକ, ଫେରାଇ ଆଣିବାକୁ ସୁପ୍ରିମକୋର୍ଟରେ ପିତାଙ୍କ ଗୁହାରି

ନୂଆଦିଲ୍ଲୀ, ୨୫/୧୧: ଉଚ୍ଚ ଶିକ୍ଷା ଆଶାରେ ସୁଦୂର ମସ୍କୋ ଯାଇଥିଲେ । ରହୁ ରହୁ ରୁଷ୍ର ନାଗରିକତା ଗ୍ରହଣ କଲେ । ଏହାପରେ ରୁଷୀ ସେନାରେ ସାମିଲ ହୋଇ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢ଼ୁଛନ୍ତି । ଏବେ ସ୍ୱଦେଶ ଫେରିବାକୁ ଚାହୁଁଛନ୍ତି । କିନ୍ତୁ ଏହା ତାଙ୍କ ପାଇଁ ଦିବାସ୍ୱପ୍ନ ପାଲଟିଛି । ଏପଟେ ପୁତ୍ରକୁ ନ ଦେଖି ପୂରା ପରିବାର ଚିନ୍ତାରେ । ଶେଷରେ ଉପାୟଶୂନ୍ୟ ପିତା ସୁପ୍ରିମକୋର୍ଟକୁ ଯାଇ ଗୁହାରି ଲଗାଇଛନ୍ତି ।
ପିଟିସନ୍ର ଶୁଣାଣି କରି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍ଚି ଓ ଜଷ୍ଟିସ ଭି ମୋହନାଙ୍କ ଖଣ୍ଡପୀଠ ଭାରତୀୟ ଯୁବକଙ୍କୁ ଫେରାଇ ଆଣିବା ଲାଗି ସମସ୍ତ ବିକଳ୍ପ ସନ୍ଧାନ ଲାଗି ସରକାରଙ୍କୁ କହିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ସରକାର ମାନବୀୟ ସହାୟତା ସମେତ ପ୍ରତ୍ୟାବର୍ତ୍ତନର ସମ୍ଭାବ୍ୟ ବିକଳ୍ପ ଉପରେ ବିଚାର କରିବେ । କିନ୍ତୁ ଏ କ୍ଷେତ୍ରରେ ସରକାରଙ୍କର ସୀମିତ ଭୂମିକା ରହିଛି । ରୁଷୀ ଅଧିକାରୀ ଏ ବାବଦରେ ସୂଚନା ଦେବାକୁ ମନା କରିପାରନ୍ତି ।
ସୌଜନ୍ୟ ପ୍ରମେୟ




