ତେଲ୍ ଆଭିଭ୍/ତେହେରାନ: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏକ ଅତି ଭୟଙ୍କର ରୂପ ଧାରଣ କରିଛି। ଶୁକ୍ରବାର ଇସ୍ରାଏଲର ପାରମାଣବିକ ଗବେଷଣା କେନ୍ଦ୍ର ପାଇଁ ଜଣାଶୁଣା ଡିମୋନା ସହର ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏହି ଘଟଣାର ପାଲଟା ଜବାବରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଇରାନ ମଧ୍ୟରେ ଥିବା ପ୍ରମୁଖ କ୍ଷେପଣାସ୍ତ୍ର ଘାଟିଗୁଡ଼ିକୁ ଟାର୍ଗେଟ୍ କରି ଜୋରଦାର ଆକ୍ରମଣ କରିଛି। ଇରାନର ନୌସେନା କମାଣ୍ଡର ଆଲିରେଜା ତଙ୍ଗସିରିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଏବେ ସିଧାସଳଖ ପାରମାଣବିକ ଓ ରଣନୈତିକ ପ୍ରତିଷ୍ଠାନଗୁଡ଼ିକ ଉପରକୁ ଆକ୍ରମଣ ପର୍ଯ୍ୟନ୍ତ ପହଞ୍ଚିଛି, ଯାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି।
massive explosion: ଇସ୍ରାଏଲର ପାରମାଣବିକ ସହର ଡିମୋନାରେ ଇରାନର ଭୟଙ୍କର ବିସ୍ଫୋରଣ; ଜବାବ ଦେଲା ଇସ୍ରାଏଲ୍
ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଏକ ଅତି ଭୟଙ୍କର ରୂପ ଧାରଣ କରିଛି। ଶୁକ୍ରବାର ଇସ୍ରାଏଲର ପାରମାଣବିକ ଗବେଷଣା କେନ୍ଦ୍ର ପାଇଁ ଜଣାଶୁଣା ଡିମୋନା ସହର ନିକଟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।
