ରାଜ୍ୟ

Medical education in Odia: ଓଡ଼ିଆରେ ମେଡିକାଲ୍‌ ପାଠକୁ ଓଡ଼ିଆଙ୍କ ନା: ନିଟ୍‌-ୟୁଜି ପାଇଁ ମାତ୍ର ୭୧୬ ଜଣଙ୍କ ପଞ୍ଜୀକରଣ

ଓଡ଼ିଆ ଭାଷାରେ ମେଡିକାଲ୍‌ ପାଠ ପଢ଼ିବାକୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ନାହିଁ। ୨୦୨୬ ନିଟ୍‌-ୟୁଜି ପରୀକ୍ଷାଫଳ ପ୍ରକାଶ ପରେ ଏଭଳି ଚିତ୍ର ସାମନାକୁ ଆସିଛି। ଓଡ଼ିଶାରୁ ପାଖାପାଖି ୫୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ।

କେଶବ ପାଣି

ଭୁବନେଶ୍ବର: ଓଡ଼ିଆ ଭାଷାରେ ମେଡିକାଲ୍‌ ପାଠ ପଢ଼ିବାକୁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ନାହିଁ। ୨୦୨୬ ନିଟ୍‌-ୟୁଜି ପରୀକ୍ଷାଫଳ ପ୍ରକାଶ ପରେ ଏଭଳି ଚିତ୍ର ସାମନାକୁ ଆସିଛି। ଓଡ଼ିଶାରୁ ପାଖାପାଖି ୫୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୭୧୬ ଜଣ ଓଡ଼ିଆ ଭାଷାରେ ପରୀକ୍ଷା ଦେବାକୁ ଆଗ୍ରହ ଦେଖାଇଥିଲେ ଏବଂ ପରୀକ୍ଷାରେ ବସିଲା ବେ‌ଳକୁ ପ୍ରାୟ ୩୦୦ ଜଣ ଅନୁପସ୍ଥିତ ରହିଥିଲେ। ମାତୃଭାଷା ‘ଓଡ଼ିଆ’ ହୋଇଥିଲେ ମଧ୍ୟ ୯୦%ରୁ ଅଧିକ ପରୀକ୍ଷାର୍ଥୀ ଇଂରାଜୀ ଭାଷାରେ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଥିବା ଜଣାପଡ଼ିଛି। କେବଳ ଓଡ଼ିଆ ନୁହେଁ, ଗୁଜୁରାଟୀ, ବେଙ୍ଗଲୀ, ତାମିଲ ବ୍ୟତୀତ ଅନ୍ୟ କୌଣସି ଆଞ୍ଚଳିକ ଭା‌ଷାରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୨୦୦ ଟପିପାରି ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନିଟ୍‌ରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୨୫ ତୁଳନାରେ ବହୁ ପରିମାଣରେ ହ୍ରାସ ପାଇଛି। ୨୦୨୫ରେ ୬୧ ହଜାର ୧୧୧ ଜଣ ପଞ୍ଜୀକରଣ କରିଥିବା ବେ‌ଳେ ୫୯ ହଜାର ୨୩୮ ଜଣ ପରୀକ୍ଷା ଦେଇଥିଲେ ଏବଂ ୩୧ ହଜାର ୬୭୩ ଜଣ କୃତକାର୍ଯ୍ୟ ହୋଇଥିଲେ। ୨୦୨୬ରେ ପଞ୍ଜୀକରଣ ସଂଖ୍ୟା ୫୬ ହଜାର ୭୮୬କୁ କମିଥିଲା ଏବଂ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୫୦ ହଜାର ୯କୁ କମିଯାଇଥିଲା। ଗୋଟିଏ ବର୍ଷ ମଧ୍ୟରେ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୯ ହଜାର କମିବା ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ତେବେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨୮ ହଜାର ୩୩୬ ରହିବା ଦ୍ବାରା ଓଡ଼ିଶାର ପାସ୍‌ହାର ବୃଦ୍ଧି ହୋଇଥିବା ଜଣାପଡ଼ିଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button