Messi event organizer: ମେସି କାର୍ଯ୍ୟକ୍ରମର ଆୟୋଜକଙ୍କୁ ମିଳିଲାନି ଜାମିନ: ୧୪ଦିନିଆ ପୁଲିସ ହେପାଜତକୁ ଗଲେ

କୋଲକାତା: ଆର୍ଜେଣ୍ଟିନା ଫୁଟବଲ ସୁପର୍‌ଷ୍ଟା‌ର ଲିଓନେଲ୍‌ ମେସିଙ୍କ କୋଲକାତା ସଲ୍ଟ ଲେକ୍‌ କାର୍ଯ୍ୟକ୍ରମରେ ଘଟିଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ଆୟୋଜକ ଶତଦ୍ରୁ ଦତ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଆଜି ତାଙ୍କୁ ୧୪ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ମେସିଙ୍କ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଭୀଷଣ ବିଭ୍ରାଟ ନେଇ ଶନିବାର ଦତ୍ତଙ୍କୁ ବିମାନବନ୍ଦରରୁ ଗିରଫ କରାଯାଇଥିଲା ଏବଂ ବିଧାନନଗର ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜାମିନ ଆବେଦନକୁ ଖାରଜ କରିବା ସହ କୌଣସି ଆଶ୍ବସ୍ତି ଦେବାକୁ ମନା କରିଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ପରିଚାଳନାଗତ ତ୍ରୁଟି ସାମ୍ନାକୁ ଆସିଥିବା ପୁଲିସ ଦର୍ଶାଇ ଅଧିକ ତଦନ୍ତ ପାଇଁ ଦତ୍ତଙ୍କୁ ରିମାଣ୍ଡ୍‌ରେ ନେବାକୁ କୋର୍ଟରେ ଆବେଦନ କରିଥିଲା।