UN assembly: ଜାତିସଂଘ ସାଧାରଣ ସଭାରେ ‘ଇଣ୍ଡିଆ ଡେ@ ୟୁଏନ୍ଜିଏ’
୮୧ତମ ଜାତିସଂଘ ସାଧାରଣ ସଭା ଅବସରରେ ରିଲାଏନ୍ସ ଫାଉଣ୍ଡେସନ, ଦି ୟୁନାଇଟେଡ୍ ନେସନ୍ସ ଇନ୍ ଇଣ୍ଡିଆ ଓ ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗିତାରେ ‘ଇଣ୍ଡିଆ ଡେ@ ୟୁଏନ୍ଜିଏ’ର ପଞ୍ଚମ ସଂସ୍କରଣ ଆୟୋଜନ କରାଯାଇଥିଲା।

ନ୍ୟୁୟର୍କ: ୮୧ତମ ଜାତିସଂଘ ସାଧାରଣ ସଭା ଅବସରରେ ରିଲାଏନ୍ସ ଫାଉଣ୍ଡେସନ, ଦି ୟୁନାଇଟେଡ୍ ନେସନ୍ସ ଇନ୍ ଇଣ୍ଡିଆ ଓ ଅବ୍ଜର୍ଭର ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗିତାରେ ‘ଇଣ୍ଡିଆ ଡେ@ ୟୁଏନ୍ଜିଏ’ର ପଞ୍ଚମ ସଂସ୍କରଣ ଆୟୋଜନ କରାଯାଇଥିଲା। ସେଥିରେ ଭାରତର ଏଆଇ ଆଧାରିତ ବିକାଶମୂଳକ ନବସୃଜନଗୁଡ଼ିକୁ ଉପସ୍ଥାପନ କରାଯାଇଥିଲା।
ଏହି ଅବସରରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ଅନ୍ତର୍ଜାତୀୟ ବ୍ୟବସ୍ଥା ପାଇଁ ଜାତିସଂଘ ମୂଳକେନ୍ଦ୍ର ହୋଇଥିବା ବେଳେ ବ୍ରିକ୍ସ ହେଉଛି ସହାୟକ ବ୍ୟବସ୍ଥା। ବ୍ରିକ୍ସ ଉପସ୍ଥାପନ କରିଥିବା ପ୍ରସଙ୍ଗଗୁଡ଼ିକ ଆଜିର ଦିନରେ ଗୁରୁତ୍ବପୂର୍ଣ୍ଣ। ଘାନାର ବୈଦେଶିକ ମନ୍ତ୍ରୀ ସାମୁଏଲ ଓକୁଡଜେଟୋ ଆବ୍ଲାକ୍ବା, ଭାରତର ଗ୍ରାମୀଣ ବିକାଶ ସଚିବ ରୋହିତ କଂଶଲ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ପୂଣ୍ୟ ଶୈଳ ଶ୍ରୀବାସ୍ତବ, ଅକ୍ଷୟ ଶକ୍ତି ସଚିବ ସନ୍ତୋଷ ଷଡ଼ଙ୍ଗୀ ପ୍ରମୁଖ ମଧ୍ୟ ବକ୍ତବ୍ୟ ରଖିଥିଲେ।
ରିଲାଏନ୍ସ ଫାଉଣ୍ଡେସନର ଏକ୍ଜିକ୍ୟୁଟିଭ୍ ଲିଡ୍ ବି ଶ୍ରୀନିବାସନ କହିଥିଲେ, ଏଆଇ ଓ ବିକାଶ ହେଉଛି ବ୍ୟକ୍ତି, ଅନୁଷ୍ଠାନ ଓ ଦେଶ ସମସ୍ତଙ୍କୁ ଦରକାର। ଆହ୍ବାନ ଅତ୍ୟନ୍ତ ଜଟିଳ, କିନ୍ତୁ ଏକ ନୂଆ ଦୁନିଆରେ ସମାଧାନ ମାନବିକତା ଆଧାରିତ ହେବା ଦରକାର। ଆମକୁ ପୂର୍ବାପେକ୍ଷା ଅଧିକ ବ୍ୟାପକ ଓ ବଡ଼ ସହଯୋଗିତା ଦରକାର ବୋଲି ସେ କହିଥିଲେ।
ସୌଜନ୍ୟ ସମ୍ବାଦ




