Narendra Modi: ସେବା ତୀର୍ଥ ଭବନର ଉଦଘାଟନ ଅବସରରେ ବଡ଼ କଥା କହିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଓ ୨ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ନୂତନ ଇତିହାସ ସୃଷ୍ଟି ହେଉଥିବାର ଦେଖୁଛୁ। ପୁରୁଣା କୋଠା ଗୁଲାମୀର ପ୍ରତୀକ ଥିଲା।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ସେବା ତୀର୍ଥ ଏବଂ କର୍ତ୍ତବ୍ୟ ଭବନ ୧ ଓ ୨ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଆମେ ନୂତନ ଇତିହାସ ସୃଷ୍ଟି ହେଉଥିବାର ଦେଖୁଛୁ। ପୁରୁଣା କୋଠା ଗୁଲାମୀର ପ୍ରତୀକ ଥିଲା। ଆଜି ଭାରତର ନୂତନ ଯାତ୍ରା ଆରମ୍ଭ ହୋଇଛି। ନୂଆ ଟେକନିକ୍ ପୁରୁଣା କାର୍ଯ୍ୟାଳୟରେ ଫିଟ୍ ହେଉନଥିଲା। ନୂତନ ସରକାରୀ କାର୍ଯ୍ୟାଳୟ ଖର୍ଚ୍ଚ କମ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ଦେଶର ବିକାଶ ଯାତ୍ରାରେ ଏକ ନୂତନ ଆରମ୍ଭ। ଶାସ୍ତ୍ରରେ ବିଜୟା ଏକାଦଶୀର ବହୁତ ମହତ୍ତ୍ୱ ରହିଛି। ଏହି ଦିନରେ ଆମେ ଯେଉଁ ସଂକଳ୍ପ ନେଇ ଆଗକୁ ବଢ଼ିବା ତାହା ନିଶ୍ଚିତ ଭାବରେ ବିଜୟ ଆଣିବ। ଆଜି, ଆମେ ସମସ୍ତେ ଏକ ବିକଶିତ ଭାରତ ପାଇଁ ସଂକଳ୍ପ ସହିତ ସେବା ତୀର୍ଥରେ ପ୍ରବେଶ କରୁଛୁ। ଆମର ଲକ୍ଷ୍ୟ ହାସଲ କରିବା ପାଇଁ ଆମକୁ ଦିବ୍ୟ ଆଶୀର୍ବାଦ ମିଳିଛି। ସ୍ୱାଧୀନତା ପରେ, ସାଉଥ୍ ବ୍ଲକ୍ ଓ ନର୍ଥ ବ୍ଲକ୍ ଭଳି କାର୍ଯ୍ୟାଳୟରୁ ଦେଶ ପାଇଁ ଅନେକ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏହି କୋଠାଗୁଡ଼ିକ ବ୍ରିଟିଶ ସାମ୍ରାଜ୍ୟର ପ୍ରତୀକ ଭାବରେ ନିର୍ମିତ ହୋଇଥିଲା। ଏହି କୋଠାଗୁଡ଼ିକ ନିର୍ମାଣର ଉଦ୍ଦେଶ୍ୟ ଥିଲା ଭାରତକୁ ଗୁଲାମର ଶୃଙ୍ଖଳରେ ବାନ୍ଧି ରଖିବା।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଦେଶ ପରିଚାଳିତ ହେଉଥିବା ସ୍ଥାନ ପ୍ରଭାବଶାଳୀ ଓ ପ୍ରେରଣାଦାୟକ ହେବା ଉଚିତ। ଏକ ବିକଶିତ ଭାରତର ଦୃଷ୍ଟିକୋଣ କେବଳ ନୀତି ଓ ଯୋଜନାରେ ନୁହେଁ, ବରଂ ଆମର କର୍ମକ୍ଷେତ୍ର ଏବଂ କୋଠାଗୁଡ଼ିକରେ ମଧ୍ୟ ପ୍ରତିଫଳିତ ହେବା ଅତ୍ୟନ୍ତ ଜରୁରୀ।

ସୌଜନ୍ୟ ସମ୍ବାଦ

Exit mobile version