National Dialogue : ‘ପୋକ୍‌ସୋ ଦାୟିତ୍ୱର ପରିବର୍ତ୍ତିତ ରୂପରେଖ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଇନ ବିଭାଗ ପକ୍ଷରୁ ‘ପୋକ୍‌ସୋ ଦାୟିତ୍ୱର ପରିବର୍ତ୍ତିତ ରୂପରେଖ’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ....

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଆଇନ ବିଭାଗ ପକ୍ଷରୁ ‘ପୋକ୍‌ସୋ ଦାୟିତ୍ୱର ପରିବର୍ତ୍ତିତ ରୂପରେଖ’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଆରମ୍ଭ  ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଡି ପି ଚୌଧୁରୀ ଯୋଗଦେଇ ପ୍ରତ୍ୟେକ କ୍ଷେତ୍ରରେ ନ୍ୟାୟର ବିଜୟ ହେବା ଆବଶ୍ୟକ ବୋଲି କହିଥିଲେ।

ମିଛ ମାମଲାରେ ଶିଶୁମାନେ ଯେପରି ଛନ୍ଦି ନହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବା ଆମର କର୍ତ୍ତବ୍ୟ ବୋଲି ସେ କହିଥିଲେ। ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ମଧ୍ୟପ୍ରଦେଶ ଧର୍ମଶାସ୍ତ୍ର ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମନୋଜ କୁମାର ସିହ୍ନା, ସମ୍ମାନିତ ଅତିଥି ସେଞ୍ଚୁରିଆନ ୟୁନିଭରସିଟିର ଆସୋସିଏଟ୍‌ ପ୍ରଫେସର ପଲ୍ଲବ ଦାସ ପ୍ରମୁଖ ଯୋଗ ଦେଇ ଏହା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ ବିଭିନ୍ନ ଉଦାହରଣ ଦେଇ ଏହା ସମ୍ପର୍କରେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରୀତା ଦାସ, ପରିଚାଳନା କମିଟିର ସଦସ୍ୟ ସଚିବ ମୌସୁମୀ ଦାସ, ଆଇନ ବିଭାଗର କୋର୍ସ ସଂଯୋଜକ ଅଭିଷେକ ଉପାଧ୍ୟାୟ, ନିର୍ଦ୍ଦେଶକ ସନ୍ତୋଷ କୁମାର ବେଜ, ସୋମା ନାୟକ, ଆଲୋଚନା ଚକ୍ରର ସଂଯୋଜକ ତୋଭାରିଷ ମହାପାତ୍ର, ବିଭାଗ ମୁଖ୍ୟ କୀର୍ତ୍ତିରଞ୍ଜନ ମହାନ୍ତି, ଆକାଂକ୍ଷା ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version