New Income Tax Rules: ଜାରି ହେଲା ବିଜ୍ଞପ୍ତି: ଏପ୍ରିଲ୍‌ ୧ରୁ ଲାଗୁ ହେବ ଆୟକର ନିୟମ ୨୦୨୬

ନୂଆ ନିୟମରେ କୌଣସି ନୂଆ ଟିକସ ଲଗାଯାଇନାହିଁ। ଡିଜିଟାଲ୍‌ ଟ୍ରାକିଂ ଉପରେ ଗୁରୁତ୍ବ ଦିଆଯାଇଛି। ନୂଆ ନିୟମ ଅନୁସାରେ ଡେରିଭେଟିଭ୍‌ ଟ୍ରେଡିଂର ପ୍ଲାଟ୍‌ଫର୍ମ ଭାବେ ସ୍ବୀକୃତି ପାଇବା ଲାଗି ଷ୍ଟକ୍‌ ବଜାରଗୁଡ଼ିକୁ କଡ଼ା ନିୟମ ପାଳନ କରିବାକୁ ପଡ଼ିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆୟକର ନିୟମ ୨୦୨୬ର ବିଜ୍ଞପ୍ତି ଜାରି କରିଛନ୍ତି। ଫଳରେ ଆସନ୍ତା ଏପ୍ରିଲ୍‌ ୧ରୁ ତାହା କାର୍ଯ୍ୟକାରୀ ହେବାର ପଥ ପ୍ରଶସ୍ତ ହୋଇଛି। ଏଥିରେ ସ୍ବଚ୍ଛତା, ଆୟ ଘୋଷଣା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ବିଶେ‌ଷ ଗୁରୁତ୍ବ ଦିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଇ-ଗାଜେଟ୍‌ରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ନୂଆ ନିୟମରେ ପୁଞ୍ଜି ଲାଭ, ଷ୍ଟକ୍‌ ବଜାର କାରବାର ଓ ଅଣ-ଆବାସିକ ଟିକସର ସୂଚନା ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ଏହି ନିୟମର ଚିଠା ଜାରି କରାଯାଇଥିଲା। ଏବେ ତାହାର ଚୂଡ଼ାନ୍ତ ସ୍ବରୂପକୁ ଉପସ୍ଥାପନ କରାଯାଇଛି।

ନୂଆ ନିୟମରେ କୌଣସି ନୂଆ ଟିକସ ଲଗାଯାଇନାହିଁ। ଡିଜିଟାଲ୍‌ ଟ୍ରାକିଂ ଉପରେ ଗୁରୁତ୍ବ ଦିଆଯାଇଛି। ନୂଆ ନିୟମ ଅନୁସାରେ ଡେରିଭେଟିଭ୍‌ ଟ୍ରେଡିଂର ପ୍ଲାଟ୍‌ଫର୍ମ ଭାବେ ସ୍ବୀକୃତି ପାଇବା ଲାଗି ଷ୍ଟକ୍‌ ବଜାରଗୁଡ଼ିକୁ କଡ଼ା ନିୟମ ପାଳନ କରିବାକୁ ପଡ଼ିବ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ଠାରୁ ଅନୁମୋଦନ ହାସଲ କରିବାକୁ ପଡ଼ିବ ଏବଂ କ୍ଲାଏଣ୍ଟ୍‌ମାନଙ୍କ ପାନ୍‌ ଓ ସ୍ବତନ୍ତ୍ର ଆଇଡି ଭଳି କାରବାର ସମ୍ପର୍କିତ ସମସ୍ତ ବିବରଣୀ ରଖିବାକୁ ପଡ଼ିବ। ସେମାନେ ୭ ବର୍ଷର ଅଡିଟ୍‌କୁ ଦେଖିବେ ଓ ପ୍ରତି ମାସରେ ଟିକସ ବିଭାଗକୁ ରିପୋର୍ଟ ଦେବେ।

ସୌଜନ୍ୟ ସମ୍ବାଦ

Exit mobile version