ଖଣ୍ଡଗିରି: ସହର ସାରା ଲାଗିଲାଣି ନବବର୍ଷ ଶୁଭେଚ୍ଛାର ବ୍ୟାନର, ହୋଡିଂ। ଖଣ୍ଡଗିରିରୁ ଲକ୍ଷ୍ମୀସାଗର, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବବିହାର ଛକ ହେଉ ଅଥବା ରସୁଲଗଡ଼, ରାଜମହଲ, ମାଷ୍ଟରକ୍ୟାଣ୍ଟିନ୍। ସବୁଠି ଛାଇଗଲାଣି ରାଜନେତାଙ୍କ ବ୍ୟାନର୍। ଏହି ଶୁଭେଚ୍ଛା ବ୍ୟାନର ଲଗାଇବାକୁ ରାତି ଗହଳି କମିବା ମାତ୍ରେ ପିଲା ଛକରେ ଆସି ପହଞ୍ଚି ଯାଉଛନ୍ତି। ବିଧାୟକଙ୍କଠାରୁ ଆରମ୍ଭ କରି କର୍ପୋରେଟର, ସ୍ଥାନୀୟ ଯୁବ ନେତାଙ୍କ ବ୍ୟାନର ରାତି ତମାମ ସହର ବିଭିନ୍ନ ସ୍ଥାନରେ ଲାଗୁଛି। ଛାତ୍ର ନେତାମାନେ ମଧ୍ୟ ଛକ ଛକରେ ଶୁଭେଚ୍ଛା ବ୍ୟାନର ବାନ୍ଧି ନିଜର ପତିଆରା ଜାହିର କରିବାକୁ ପ୍ରସ୍ତୁତ ହୋଇଛନ୍ତି। ଗଳିକନ୍ଦିରେ ବି ଛାଇଯାଇଛି ବିଭିନ୍ନ ଦଳର ନେତାଙ୍କ ହୋର୍ଡିଂ, ବ୍ୟାନର୍ ଓ କଟ୍ଆଉଟ୍। ସତେ ଯେମିତି ରାଜଧାନୀରେ ନୂଆବର୍ଷର ହୋର୍ଡିଂ ଲଗାଇବା ପ୍ରତିଯୋଗିତା ଚାଲିଛି। ଏଭଳି ରାସ୍ତାରେ ମନଇଚ୍ଛା ବେଆଇନ ହୋର୍ଡିଂ ଓ ବ୍ୟାନର୍ ଲାଗିଥିଲେ ମଧ୍ୟ ବିଏମ୍ସି ନିରବ। ଏଭଳି ନିରବତା ଅନ୍ୟ ମାନଙ୍କୁ ଆହୁରି ବେଆଇନ ବ୍ୟାନର ଲଗାଇବାକୁ ପ୍ରୋତ୍ସାହନ ଦେଉଛି ବୋଲି ଅଭିଯୋଗ ହେଉଛି।
ରାଜଧାନୀର ସୁରକ୍ଷା ଓ ସୌନ୍ଦର୍ଯ୍ୟକୁ ଦୃଷ୍ଟିରେ ରଖି ବିନା ଅନୁମତିରେ କେହି ହୋର୍ଡିଂ, ବ୍ୟାନର୍ ଓ କଟ୍ଆଉଟ୍ ଲାଗାଇ ପାରିବେନି ବୋଲି ବିଏମସି ନିଷ୍ପତ୍ତି ନେଇଛି। ଏଥିପାଇଁ ନିର୍ଦ୍ଧାରିତ ସ୍ଥାନରେ ପ୍ରଚାର ପାଇଁ ବିଭିନ୍ନ ଏଜେନସି ଅଛନ୍ତି। ଯେଉଁମାନଙ୍କ ମାଧ୍ୟମରେ ଏହା ଲଗାଯିବ। ହେଲେ ରାସ୍ତାକଡ଼ରେ ଲାଗିଥିବା ନେତାମାନଙ୍କବ୍ୟାନର ଓ ହୋର୍ଡିଂ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ସେଥିରେ ହାତ ମାରିପାରୁନି ବିଏମ୍ସି। ହୋର୍ଡିଂଗୁଡ଼ିକୁ ହଟାଯାଉନି କି ଜରିମାନା ଆଦାୟ ହେଉ ନାହିଁ।
New year: ନୂଆବର୍ଷ ପାଇଁ ଛାଇଗଲାଣି ହୋଡିଂ
ସହର ସାରା ଲାଗିଲାଣି ନବବର୍ଷ ଶୁଭେଚ୍ଛାର ବ୍ୟାନର, ହୋଡିଂ। ଖଣ୍ଡଗିରିରୁ ଲକ୍ଷ୍ମୀସାଗର, ବାଣୀବିହାର, ଆଚାର୍ଯ୍ୟବିହାର, ଜୟଦେବବିହାର ଛକ ହେଉ ଅଥବା ରସୁଲଗଡ଼, ରାଜମହଲ...
