ରାଜ୍ୟ

NLC India : ଓଡ଼ିଶା ପାଇଁ ଗର୍ବ,ଓଡ଼ିଆ ପୁଅ ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ଏନ୍‌ଏଲ୍‌ସି ଇଣ୍ଡିଆର ନୂତନ ଅଧ୍ୟକ୍ଷ

ଭୁବନେଶ୍ୱର,୧୯\୯: ଓଡ଼ିଆ ପୁଅ ଡ. ପ୍ରସନ୍ନ କୁମାର ଆଚାର୍ଯ୍ୟ ନେଭେଲିସ୍ଥିତ ଏନ୍ଏଲସି ଇଣ୍ଡିଆ ଲିମିଟେଡ୍ ର କର୍ପୋରେଟ୍ କାର୍ଯ୍ୟାଳୟରେ ଅଧ୍ୟକ୍ଷ-ତଥା-ପ୍ରବନ୍ଧ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାୟ ତିନି ଦଶନ୍ଧିର ସମୃଦ୍ଧ ପେସାଗତ ଅଭିଜ୍ଞତା ଥିବା ଡ. ଆଚାର୍ଯ୍ୟ ବିଦ୍ୟୁତ, ଖଣି ଓ ଭିତ୍ତିଭୂମି କ୍ଷେତ୍ରର ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ ଦାୟିତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ସେ ଏନ୍ଏଲସି ଇଣ୍ଡିଆ ଲିମିଟେଡ୍ ର ଅର୍ଥ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ । ଶିକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ଉଲ୍ଲେଖନୀୟ ଯୋଗ୍ୟତା ରହିଛି ।

ଉତ୍କଳ ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଓ ପିଏଚ୍ଡି ଡିଗ୍ରୀ ସହିତ ସେ ଆଇନରେ ସ୍ନାତକ, ବାଣିଜ୍ୟରେ ସ୍ନାତକୋତ୍ତର ଏବଂ ବିଜନେସ୍ ଆଡମିନିଷ୍ଟ୍ରେସନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସେ ଭାରତୀୟ ବ୍ୟୟ ଓ ପରିଚାଳନା ହିସାବ ସଂସ୍ଥାର ଫେଲୋ ସଦସ୍ୟ ଏବଂ ଭାରତୀୟ କମ୍ପାନି ସେକ୍ରେଟାରୀ ସଂସ୍ଥାର ସହଯୋଗୀ ସଦସ୍ୟ ଅଟନ୍ତି । ଏନ୍ଏଲସି ଇଣ୍ଡିଆ ଲିମିଟେଡରେ କାର୍ଯ୍ୟ କରିବା ସମୟରେ ସେ ଡିଜିଟାଲ ରୂପାନ୍ତରଣ, ଉଦ୍ୟୋଗ ସମ୍ପଦ ଯୋଜନା ପ୍ରଣାଳୀର ଆଧୁନିକୀକରଣ, କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ପ୍ରଣାଳୀ ଏବଂ ଆର୍ଥିକ ସୁଧାର ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନେତୃତ୍ୱ ନେଇଛନ୍ତି । ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ଡ. ଆଚାର୍ଯ୍ୟଙ୍କ ଦୀର୍ଘ ଦଭିଜ୍ଞତା, ଦକ୍ଷତା ଓ ଦୂରଦୃୃଷ୍ଟି ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ଆଗାମୀ ବିକାଶ, ବିସ୍ତାର ଓ ଉନ୍ନତିରେ ନୂତନ ଦିଗ ଉନ୍ମୋଚନ କରିବ ବାଲି ଆଶା କରାଯାଉଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button