Ration scam : ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବଡ଼ ଦୁର୍ନୀତ, କାଗଜପତ୍ରରେ ମୃତ… କିନ୍ତୁ ରାସନ୍ ନେଉଛନ୍ତି ଜୀବିତ

ଭୁବନେଶ୍ୱର, ୧୯/୯ : ରାଜ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ବଡ଼ ଧରଣର ଦୁର୍ନୀତି । କାଗଜପତ୍ରରେ ମୃତ, କିନ୍ତୁ ରାସନ୍ ନେଉଛନ୍ତି ଜୀବିତ । ଏମିତି କି ୨୪୮୭ ନିର୍ମାଣ ଶ୍ରମିକଙ୍କୁ ମୃତ ଦର୍ଶାଯାଇ ନୋମିନିଙ୍କୁ ଦିଆଯାଇଛି ମୃତ୍ୟୁକାଳୀନ ସହାୟତା । ରାଜ୍ୟ ସରକାରଙ୍କ ସରକାରୀ ଯୋଜନାରେ ଏଭଳି ଆଶ୍ଚର୍ଯ୍ୟଜନକ ଏବଂ ବଡ଼ ଧରଣର ଜାଲିଆତି ପଦାକୁ ଆସିଛି ।
୪୮୭ ଜଣ ନିର୍ମାଣ ଶ୍ରମିକ ମୃତ୍ୟୁ ପରେ ମଧ୍ୟ ଆଧାର ଆଧାରିତ ବାୟୋମେଟ୍ରିକ୍ ପ୍ରମାଣୀକରଣ ମାଧ୍ୟମରେ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ନିୟମିତ ସବସିଡି ପ୍ରାପ୍ତ ରାସନ୍ ସାମଗ୍ରୀ ଉଠାଉଥିଲେ ବୋଲି ଏକ ଡ୍ରାଫ୍ଟ ଅଡିଟ୍ ରିପାର୍ଟରେ ଦର୍ଶାଯାଇଛି । ସେହିପରି ୭୫୩ଟି ମାମଲାରେ ମୃତ୍ୟୁ ସହାୟତା ବାବଦରେ ୧୫.୧୦ କୋଟି ଟଙ୍କା ନୋମିନିଙ୍କୁ ପ୍ରଦାନ କରାଯାଇଥିଲା । କିନ୍ତୁ ଏହା ପରେ ସମ୍ପୃକ୍ତ ଶ୍ରମିକଙ୍କ ଆଧାର ବାୟୋମେଟ୍ରିକ୍ ପ୍ରମାଣୀକରଣ ହୋଇ ରାସନ ଉଠାଯାଇଥିବା ଅଡିଟ୍ରେ ଚିହ୍ନଟ ହୋଇଛି ।
ସୌଜନ୍ୟ ପ୍ରମେୟ




