Nobel Prize: ସାହିତ୍ୟରେ ନୋବେଲ ବିଜୟୀ ଆନ୍ କାର୍ସନ୍ଙ୍କ ଭାରତ ସହ ନିଆରା ସମ୍ପର୍କ
୨୦୨୬ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା କାନାଡାର ଲେଖିକା ଆନ୍ କାର୍ସନ୍ଙ୍କ ସହ ଭାରତର ଏକ ନିଆରା ସମ୍ପର୍କ ରହିଛି। ତାଙ୍କ ବଡ଼ ଭାଇ ମାଇକେଲ୍ କାର୍ସନ୍ ଦୀର୍ଘ ବର୍ଷ ଧରି ଭାରତ ଓ ୟୁରୋପର ବିଭିନ୍ନ ସ୍ଥାନରେ ଘୂରି ବୁଲିଥିଲେ।

ନୂଆଦିଲ୍ଲୀ: ୨୦୨୬ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା କାନାଡାର ଲେଖିକା ଆନ୍ କାର୍ସନ୍ଙ୍କ ସହ ଭାରତର ଏକ ନିଆରା ସମ୍ପର୍କ ରହିଛି। ତାଙ୍କ ବଡ଼ ଭାଇ ମାଇକେଲ୍ କାର୍ସନ୍ ଦୀର୍ଘ ବର୍ଷ ଧରି ଭାରତ ଓ ୟୁରୋପର ବିଭିନ୍ନ ସ୍ଥାନରେ ଘୂରି ବୁଲିଥିଲେ। ତାଙ୍କ ଜୀବନ ଓ ମୃତ୍ୟୁକୁ ନେଇ ଆନ୍ ୨୦୧୦ରେ ‘ନକ୍ସ’ ନାମକ ସ୍ମୃତିଗ୍ରନ୍ଥ ଲେଖିଥିଲେ।
ମାଇକେଲ୍ ଏକ ଡ୍ରଗ୍ ବିକ୍ରି ମାମଲାରେ ଫସିବା ପରେ ୧୯୭୯ରେ କାନାଡା ଛାଡ଼ିଥିଲେ। ଏହାପରେ ସେ ପ୍ରାୟ ୨୨ ବର୍ଷ ଧରି ନକଲି ପାସ୍ପୋର୍ଟ ବ୍ୟବହାର କରି ଭାରତ ଓ ୟୁରୋପରେ ରହିଥିଲେ। ସେ ଘରକୁ ମାତ୍ର ପ୍ରାୟ ୬ ଥର ଫୋନ୍ କରିଥିଲେ। ମାଇକେଲ୍ଙ୍କ ଜୀବନର ଏହି ଅଧ୍ୟାୟ ‘ନକ୍ସ’ର ମୁଖ୍ୟ ବିଷୟ ପାଲଟିଥିଲା। ୨୦୦୦ରେ କୋପେନହାଗେନ୍ରେ ମୃତ୍ୟୁ ପୂର୍ବରୁ ମାଇକେଲ୍ ଆନ୍ଙ୍କ କାର୍ଯ୍ୟାଳୟକୁ ଫୋନ୍ କରି ତାଙ୍କୁ ଦେଖା କରିବାକୁ କହିଥିଲେ। ଆନ୍ ତାଙ୍କୁ ଭେଟିବା ପାଇଁ ଯିବାର ଏକ ସପ୍ତାହ ପୂର୍ବରୁ ତାଙ୍କ ମୃତ୍ୟୁ ଖବର ପାଇଥିଲେ।
ସୌଜନ୍ୟ ସମ୍ବାଦ




