ଦେଶ ବିଦେଶ

Flight service: ହୁତି ଆକ୍ରମଣ ପରେ ରିୟାଦ ଉଡ଼ାଣ ବାତିଲ କଲେ ଏୟାର୍‌ ଇଣ୍ଡିଆ, ଇଣ୍ଡିଗୋ

ସାଉଦି ଆରବରେ ସୁରକ୍ଷା ପରିସ୍ଥିତି ଜଟିଳ ହେବା ପରେ ରିୟାଦକୁ ଯାଉଥିବା ଏବଂ ରିୟାଦରୁ ଆସୁଥିବା ବିମାନ ଉଡ଼ାଣକୁ ବାତିଲ କରିଛନ୍ତି ଏୟାର୍‌ ଇଣ୍ଡିଆ, ଇଣ୍ଡିଗୋ ଏବଂ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌। ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ଅକ୍ଟୋବର ୧୦ ପର୍ଯ୍ୟନ୍ତ...

ନୂଆଦିଲ୍ଲୀ: ସାଉଦି ଆରବରେ ସୁରକ୍ଷା ପରିସ୍ଥିତି ଜଟିଳ ହେବା ପରେ ରିୟାଦକୁ ଯାଉଥିବା ଏବଂ ରିୟାଦରୁ ଆସୁଥିବା ବିମାନ ଉଡ଼ାଣକୁ ବାତିଲ କରିଛନ୍ତି ଏୟାର୍‌ ଇଣ୍ଡିଆ, ଇଣ୍ଡିଗୋ ଏବଂ ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌। ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ରିୟାଦ ଉଡ଼ାଣ ବନ୍ଦ ରହିବ ବୋଲି ଏୟାର୍‌ଲାଇନ୍‌ଗୁଡ଼ିକ କହିଛନ୍ତି। ପ୍ରଭାବିତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ ବୋଲି ମଧ୍ୟ କୁହାଯାଇଛି।

ଇରାନ୍‌ ସମର୍ଥିତ ହୁତି ବିଦ୍ରୋହୀମାନେ ଗତ କିଛି ଦିନ ହେଲା ସାଉଦି ଆରବର ବିମାନବନ୍ଦର, ସାମରିକ ଘାଟି ଓ ତୈଳ ଭିତ୍ତିଭୂମି ଉପରେ ଆକ୍ରମଣ କରିଥିବା ଦାବି କରିଆସୁଛନ୍ତି। ଗୁରୁବାର ପ୍ରାରମ୍ଭରେ ହୁତି ବିଦ୍ରୋହୀମାନେ ବିଶ୍ୱର ବିମାନ କମ୍ପାନିଗୁଡ଼ିକୁ ଶେଷ ଥର ପାଇଁ ସତର୍କ କରାଇଥିଲେ। ସାଉଦି ଆରବର ଆକାଶସୀମାକୁ ସେମାନେ ସାମରିକ ଅଭିଯାନର କ୍ଷେତ୍ର ବୋଲି କହିବା ସହ ସେଠାରେ ବିମାନ ଚଳାଚଳ କରୁଥିବା କମ୍ପାନିଗୁଡ଼ିକୁ ପରିଣାମ ଭୋଗିବାକୁ ପଡ଼ିପାରେ ବୋଲି ଚେତାବନୀ ଦେଇଥିଲେ। ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ର ଜଣେ ମୁଖପାତ୍ର କହିଛନ୍ତି, ଅଞ୍ଚଳରେ ପରିସ୍ଥିତି ଲଗାତାର ବଦଳୁଥିବାରୁ ରିୟାଦକୁ ଓ ରିୟାଦରୁ ଉଡ଼ାଣ ଅକ୍ଟୋବର ୧୦ ପର୍ଯ୍ୟନ୍ତ ବାତିଲ କରାଯାଇଛି। ପ୍ରଭାବିତ ଯାତ୍ରୀଙ୍କୁ ବିନା ଅତିରିକ୍ତ ଖର୍ଚ୍ଚରେ ଅନ୍ୟ ତାରିଖରେ ଯାତ୍ରା କରିବାର ସୁଯୋଗ ଦିଆଯିବ। ଯେଉଁମାନେ ଟିକେଟ୍‌ ବାତିଲ କରିବେ, ସେମାନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ। ପରିସ୍ଥିତି ଉପରେ ଏୟାର୍‌ଲାଇନ୍‌ ପକ୍ଷରୁ ନଜର ରଖାଯାଉଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button