ଭୁବନେଶ୍ୱର ୨୨।୪: ୬ ମାସର ଅପରେସନ । ପୋଲିସ ହାତରେ ସାଇବର ସୈତାନ । ସାଇବର ଥାନା ପୋଲିସ ହାତରେ ଧରାପଡିଛନ୍ତି ଜାମତାରା ଗ୍ୟାଙ୍ଗ I RTO ଚାଲାଣର ଲିଙ୍କ ପଠାଇ ଲୁଟି ନେଉଥିଲେ ପୁଳା ପୁଳା ଟଙ୍କା । ଏ ନେଇ ସାଇବର ଥାନାରେ ଜଶଓ୍ୱନ୍ତ ଜେନା ଆରଟିଓ ଚାଲାଣରେ ଠକେଇ ହୋଇଥିବା ଅଭିଯୋଗ କରିଥିଲେ ।
ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ଗତ ୧୨ ତାରିଖରେ ତାଙ୍କ ମୋବାଇଲକୁ ଆରଟିଓ ଚାଲାଣ ନାଁରେ ଏକ ଲିଙ୍କ ଆସିଥିଲା । ଲିଙ୍କକୁ କ୍ଲିକ କରିବା ପରେ ଦୁଇ ଦିନ ଧରି ତାଙ୍କ ମୋବାଇଲ ହ୍ୟାକ୍ ହୋଇଥିଲା । ଏପିରିକି କିଛି ବଟନ ମଧ୍ୟ କାମ କରିନଥିଲା । କିଛି ମାନେ ୧୪ ତାରିଖ ଦିନ ମୋବାଇଲକୁ ହଠାତ୍ ମେସେଜ ଆସିଲା, କି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭ ଲକ୍ଷ ଟଙ୍କା କୁଆଡେ ଗାଏବ ହୋଇଯାଇଛି । ବ୍ୟାଙ୍କ ଆକାଉଣ୍ଟରୁ ଏତେ ପରିମାଣର ଟଙ୍କା କଟିବା ଦେଖି ଜଶଓ୍ୱନ୍ତଙ୍କ ମୁଣ୍ଡ କାମ କରିନଥିଲା । ହଠାତ୍ ସେ ହତବାକ୍ ହୋଇ ବସିରହିଥିଲେ । ଏହି ଟଙ୍କାକୁ ସେ ନିଜ ସ୍ୱପ୍ନର ଘର ତିଆରି କରିବାକୁ ସାଇତି ରଖିଥିଲେ । ହେଲେ ସେହି ଟଙ୍କାକୁ ନେଇଗଲେ ସାଇବର ସୈତାନ ।
ସେପଟେ ଅଭିଯୋଗ ପରେ ଆକ୍ସନକୁ ଆସିଥିଲା ସାଇବର ପୋଲିସ । ତୁରନ୍ତ ମାମଲା ରୁଜୁ କରି ଆରମ୍ଭ କରିଥିଲା ଛାନଭିନ । ବିଭିନ୍ନ ଟିମ୍ ଗଠନ କରି ଲଗାତର ଭାବେ ଏହି ଗ୍ୟାଙ୍ଗକୁ ରାଡାରରେ ରଖିଥିଲା । ଶେଷରେ ୬ ମାସର ସ୍ପେଶାଲ ଅପରେସନ ପରେ ସାଇବର ପୋଲିସକୁ ମିଳିଲା ସଫଳତା । ମୁଖ୍ୟ କାର୍ପଟଦାର ଏବଂ ତିନି ଗ୍ୟାଙ୍ଗର ସଦସ୍ୟକୁ ଗିରଫ କରିଛି । ତେଲେଙ୍ଗାନାରୁ ମହମ୍ମଦ ଆବାସ, ମହମ୍ମଦ ସଲମାନ ଓ ମହମ୍ମଦ ଆମିର I ଏହି ୩ ଅଭିଯୁକ୍ତ ମ୍ୟୁଲ ଆକାଉଣ୍ଟ ତିଆରି କରି, ମୁକେଶ ତୁରୀକୁ ପଠାଉଥିଲେ I ମୁକେଶ ହେଉଛି ଜାମତାରା ଗ୍ୟାଙ୍ଗର ମୁଖିଆ ଯିଏ କି, ମାଟ୍ରିକ ଫେଲ୍ I ଏହି ୩ ଅଭିଯୁକ୍ତଙ୍କ ଜରିଆରେ ଲକ୍ଷ ଲକ୍ଷ ଲୁଟୁ ଥିଲେ ଏହି ସାଇବର ସୈତାନ I
ଏହି ଗ୍ୟାଙ୍ଗ ବିଶେଷକରି APK ଫାଇଲ ତିଆରି କରି ଏହି ଠକେଇ କରିଥାନ୍ତି I ତେଣୁ କେବଳ RTO ଚାଲାଣ ନାଁରେ ନୁହେଁ, ବରଂ ବିଭିନ୍ନ ଉପାୟରେ ଲୁଟି ଥାନ୍ତି ଏହି ଠକ I ଯେଉଁ ଫାଇଲକୁ ଲାଗି APK ଲେଖାଥିବ, ଏହାକୁ ଆଦୌ ଡାଉନଲୋଡ଼ କିମ୍ବା, ତା ଉପରେ କ୍ଲିକ କରନ୍ତୁ ନାହିଁ I ଯଦି ଏହି ଫାଇଲକୁ ଡାଉନଲୋଡ଼ କରିବେ, ତେବେ ଅଭିଯୁକ୍ତ ମାନେ ଆପଣଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ତାଙ୍କ କଣ୍ଟ୍ରୋଲକୁ ନେଇଯାଆନ୍ତି I ମୋବାଇଲରେ ଥିବା ସମ୍ପୂର୍ଣ୍ଣ ଡାଟା ଓ ତଥ୍ୟ ନିଜ କଣ୍ଟ୍ରୋଲକୁ ନେଇ ଠକେଇ କରନ୍ତି I ଆକାଉଣ୍ଟରୁ ଟଙ୍କା ପାଇବା ପରେ, ସେ ସବୁକୁ ମ୍ୟୁଲ୍ ଆକାଉଣ୍ଟକୁ ପଠାଇବା ସହ ସମସ୍ତ ଟଙ୍କା ଉଠାଇ ନିଅନ୍ତି I ତେବେ ଏହି ଠକ ଧୂରନ୍ଧର ବନ୍ଧା ହେବା ପରେ, ନୂଆ ନୂଆ ଠକେଇର ଗୁମର ଖୋଲୁଛି I ଝାଡ଼ଖଣ୍ଡର ଦୁଇ ଅଭିଯୁକ୍ତ ଓ ହାଇଦ୍ରାବାଦ ସାଙ୍ଗାରେଡିର ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I
ସୌଜନ୍ୟ Prameya News7

