Odisha Rugby Club: ଜାତୀୟ ରଗ୍‌ବି ୧୫ଏସ୍‌: ଫାଇନାଲ୍‌ରେ ଓଡ଼ିଶା ରଗ୍‌ବି କ୍ଲବ୍‌

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ରଗ୍‌ବି ୧୫ଏସ୍‌ ଡିଭିଜନ୍‌-୧ ପ୍ରତିଯୋଗିତାର ମହିଳା ବର୍ଗ ଫାଇନାଲ୍‌ରେ ‌ଓଡ଼ିଶା ରଗ୍‌ବି କ୍ଲବ୍‌ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ଘରୋଇ ଦଳ ୨୪-୨୨ରେ ସିସିଏଫ୍‌ସିକୁ ପରାସ୍ତ କରିଛି।

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଜାତୀୟ ରଗ୍‌ବି ୧୫ଏସ୍‌ ଡିଭିଜନ୍‌-୧ ପ୍ରତିଯୋଗିତାର ମହିଳା ବର୍ଗ ଫାଇନାଲ୍‌ରେ ‌ଓଡ଼ିଶା ରଗ୍‌ବି କ୍ଲବ୍‌ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମ ସେମିଫାଇନାଲ୍‌ରେ ଘରୋଇ ଦଳ ୨୪-୨୨ରେ ସିସିଏଫ୍‌ସିକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ଆରତୀ ମୁର୍ମୁ, ସଞ୍ଜୁକ୍ତା ମୁଣ୍ଡା, ପୂନମ ସିଂହ, ରଶ୍ମି ଖାଲ୍‌କୋ ୫ ପଏଣ୍ଟ ଲେଖାଏଁ ଏବଂ ସୁମିତ୍ରା ନାୟକ ୪ ପଏଣ୍ଟ୍‌ ଅର୍ଜନ କରିଥିଲେ। ସିସିଏଫ୍‌ସିର ଲତିଶା ଦେବଶ୍ରୀ ଘୋଷ, ସୁମନଦୀପ କୌର, ଟୀନା ଓ ମଧୁ ଖେଡ଼େକର ୫ ଲେଖାଏଁ ଏବଂ ଶିଳ୍ପୀ ୨ ପଏଣ୍ଟ୍‌ ହାସଲ କରିଥିଲେ। ଗୁରୁବାର ଫାଇନାଲ୍‌ରେ ଓଡ଼ିଶା ଦଳ ଫ୍ୟୁଚର ହାର୍ଲେକ୍ବିନ୍ସକୁ ଭେଟିବ। ହାର୍ଲେକ୍ବିନ୍ସ ୧୭-୧୦ରେ ଦିଲ୍ଲୀ ହରିକେନ୍ସକୁ ପରାସ୍ତ କରିଥିଲା।

ସୌଜନ୍ୟ ସମ୍ବାଦ

Exit mobile version