ମନୋରଞ୍ଜନ

Office Office: ‘ଅଫିସ୍‌ ଅଫିସ୍‌’ ସିକ୍ବେଲ୍‌ରେ ଶ୍ରୁତି

ଭାରତୀୟ ଟେଲିଭିଜନ୍‌ର ସ୍ବର୍ଣ୍ଣିମ କାଳର ଏକ ଲୋକପ୍ରିୟ ଧାରାବାହିକ ହେଉଛି ‘ଅଫିସ୍‌ ଅଫିସ୍‌’। ୨୦୦୧ରୁ ୨୦୦୬ ଯାଏ ସବ୍‌ ଟିଭିରେ ପ୍ରସାରିତ ଏହି ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମରେ ପଙ୍କଜ କପୁର, ସଞ୍ଜୟ ମିଶ୍ର, ମନୋଜ ପାହଵା ପ୍ରମୁଖ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଥିଲେ।

ଭାରତୀୟ ଟେଲିଭିଜନ୍‌ର ସ୍ବର୍ଣ୍ଣିମ କାଳର ଏକ ଲୋକପ୍ରିୟ ଧାରାବାହିକ ହେଉଛି ‘ଅଫିସ୍‌ ଅଫିସ୍‌’। ୨୦୦୧ରୁ ୨୦୦୬ ଯାଏ ସବ୍‌ ଟିଭିରେ ପ୍ରସାରିତ ଏହି ବ୍ୟଙ୍ଗାତ୍ମକ କାର୍ଯ୍ୟକ୍ରମରେ ପଙ୍କଜ କପୁର, ସଞ୍ଜୟ ମିଶ୍ର, ମନୋଜ ପାହଵା ପ୍ରମୁଖ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଥିଲେ। ଏବେ ଦୁଇ ଦଶନ୍ଧିର ବ୍ୟବଧାନ ପରେ ଏହି କାର୍ଯ୍ୟକ୍ରମର ଏକ ନୂଆ ସଂସ୍କରଣ ପ୍ରସାରିତ ହେବାକୁ ଯାଉଛି। ଏଥିରେ ନୂଆ କରି ଯୋଡ଼ି ହୋଇଛନ୍ତି ଅଭିନେତ୍ରୀ ଶ୍ରୁତି ଶର୍ମା। ଶ୍ରୁତି ଏଥିରେ ପଙ୍କଜ କପୁରଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି। ଶ୍ରୁତି ସ୍କୁଲ୍‌ରେ ପଢୁଥିବା ସମୟରେ ମା’ଙ୍କ ସହିତ ଏହି କାର୍ଯ୍ୟକ୍ରମ ଦେଖୁଥିଲେ। ତାହା ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ ସେ ତାହାର ସମସ୍ତ ଚରିତ୍ର ଓ ସ୍ମରଣୀୟ ସଂଳାପ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି।

ଏବେ ତାଙ୍କୁ ସେହି କାର୍ଯ୍ୟକ୍ରମର ସିକ୍ବେଲ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିବା ଅବିଶ୍ବସନୀୟ ମନେ ହେଉଛି। ତେବେ ପ୍ରଥମଥର ଏକ ବ୍ୟଙ୍ଗାତ୍ମକ ଚରିତ୍ରରେ ଅଭିନୟ କରିବା ଖୁବ୍ ଆହ୍ବାନପୂର୍ଣ୍ଣ ବୋଲି ଶ୍ରୁତି ସ୍ବୀକାର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଗଠବନ୍ଧନ’ ଟିଭି ଧାରାବାହିକ ଜରିଆରେ ଶ୍ରୁତି ପ୍ରଥମେ ପ୍ରସିଦ୍ଧ ହୋଇଥିଲେ। ସେ ‘ନମକ ଇଶ୍‌କ କା’, ‘ନଜର ୨’, ‘ମିଟ୍ଟି’ ପରି ଧାରାବାହିକ ଓ ‘ହୀରାମଣ୍ଡି’ ପରି ୱେବ୍‌ ସିରିଜ୍‌ ଜରିଆରେ ଲୋକପ୍ରିୟତାର ବିଭିନ୍ନ ସୋପାନ ଚଢ଼ିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button