Oman: ଓମାନ ସହ ବାଣିଜ୍ୟ ରାଜିନାମା: ୯୮% ଭାରତୀୟ ସାମଗ୍ରୀ ଟିକସମୁକ୍ତ

ଓମାନ ସହ ଭାରତ ସରକାର ବ୍ୟାପକ ଅର୍ଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ) ସ୍ବାକ୍ଷର କରିଛନ୍ତି। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ସେବାରେ ସହଯୋଗିତା ବଢ଼ିବ। ଓମାନରେ ଭାରତର ୯୮ ପ୍ରତିଶତ ସାମଗ୍ରୀ ଟିକସମୁକ୍ତ ହୋଇଯିବ।

ନୂଆଦିଲ୍ଲୀ: ଓମାନ ସହ ଭାରତ ସରକାର ବ୍ୟାପକ ଅର୍ଥନୈତିକ ସହଯୋଗିତା ଚୁକ୍ତି (ସିଇପିଏ) ସ୍ବାକ୍ଷର କରିଛନ୍ତି। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ବ୍ୟବସାୟ, ନିବେଶ ଓ ସେବାରେ ସହଯୋଗିତା ବଢ଼ିବ। ଓମାନରେ ଭାରତର ୯୮ ପ୍ରତିଶତ ସାମଗ୍ରୀ ଟିକସମୁକ୍ତ ହୋଇଯିବ। ଭାରତୀୟଙ୍କ ପାଇଁ ଓମାନର ସେବା ଓ ପେସାଦାର କ୍ଷେତ୍ରର ଦ୍ବାର ଖୋଲିବ। ଏହି ଚୁକ୍ତି ପ୍ରଭାବରେ ଭାରତରୁ ଓମାନକୁ ପୋଷାକ, ଜୋତା, ଗହଣା, କୃଷିଜାତ ସାମଗ୍ରୀ, ପ୍ଲାଷ୍ଟିକ, ଆସବାବପତ୍ର, ଔଷଧ, ମେଡିକାଲ ଉପକରଣ, ଗାଡ଼ି, ଗହଣା ଆଦିର ରପ୍ତାନି ବଢ଼ିବ। ରପ୍ତାନି ବଢ଼ିଲେ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ହେବ। ଡାକ୍ତର, ଇଞ୍ଜିନିୟର ଓ ଅନ୍ୟାନ୍ୟ ପେସାର ଲୋକମାନଙ୍କୁ ଓମାନରେ କାମ କରିବା ଲାଗି ଭିସା ମିଳିବ ଓ ସେଠା‌ରେ ରହିବା ସହଜ ହେବ। ଅଧିକ ଭାରତୀୟ ସେଠାରେ କାମ କଲେ ଦେଶକୁ ଅଧିକ ବିଦେଶୀ ମୁଦ୍ରା ଆସିବ।

Exit mobile version