Oman: ମାସେ ପରେ ବି ଫେରିଲାନି ନାବିକଙ୍କ ମୃତଦେହ, ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଶୋକାକୁଳ ପରିବାର

ଓମାନ ଉପକୂଳରେ ଏକ ମାଲବାହୀ ଜାହାଜ ଉପରେ ହୋଇଥିବା ସନ୍ଦେହଜନକ କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିବା ୩୨ ବର୍ଷୀୟ ଭାରତୀୟ ନାବିକ ଦୀକ୍ଷିତ ଅମୃତଲାଲ ସୋଲାଙ୍କିଙ୍କ ମୃତଦେହ ଘଟଣାର ମାସେ ପରେ ବି ଭାରତ ପହଞ୍ଚି ନଥିବାରୁ ତାଙ୍କ ପରିବାର ଗୁରୁବାର ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି

ମୁମ୍ବାଇ: ଓମାନ ଉପକୂଳରେ ଏକ ମାଲବାହୀ ଜାହାଜ ଉପରେ ହୋଇଥିବା ସନ୍ଦେହଜନକ କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିବା ୩୨ ବର୍ଷୀୟ ଭାରତୀୟ ନାବିକ ଦୀକ୍ଷିତ ଅମୃତଲାଲ ସୋଲାଙ୍କିଙ୍କ ମୃତଦେହ ଘଟଣାର ମାସେ ପରେ ବି ଭାରତ ପହଞ୍ଚି ନଥିବାରୁ ତାଙ୍କ ପରିବାର ଗୁରୁବାର ବମ୍ବେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି। ପଶ୍ଚିମ ଏସିଆ ଯୁଦ୍ଧ ପରିସ୍ଥିତିରେ ପ୍ରାଣ ହରାଇଥିବା ପ୍ରଥମ ଭାରତୀୟ ନାବିକଙ୍କ ମୃତଦେହ ଫେରାଇ ଆଣିବାରେ କର୍ତ୍ତୃପକ୍ଷଙ୍କ ବିଳମ୍ବ ଓ ଅସ୍ପଷ୍ଟତାକୁ ନେଇ ହତାଶ ହୋଇ ପିତା ଅମୃତଲାଲ ଗୋକାଲ ସୋଲାଙ୍କି ଓ ଭଉଣୀ ମିତାଲି ସୋଲାଙ୍କି ଏହି ମାମଲାରେ କୋର୍ଟଙ୍କ ତୁରନ୍ତ ହସ୍ତକ୍ଷେପ ସହ ସମ୍ପୂର୍ଣ୍ଣ ତଦନ୍ତ ରିପୋର୍ଟ ଓ ଫୋରେନ୍ସିକ୍ ପ୍ରମାଣ ଦାବି କରିଛନ୍ତି।

ଗତ ମାର୍ଚ୍ଚ ୧ତାରିଖରେ ‘ଏମଟି ଏମକେଡି ଭ୍ୟମ୍’ ନାମକ ତୈଳ ପରିବହନକାରୀ ଜାହାଜରେ କାର୍ଯ୍ୟରତ ଥିବା ସମୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟି ଦୀକ୍ଷିତଙ୍କ ମୃତ୍ୟୁ ହୋଇଥିଲା। ଜାହାଜରେ ଅନ୍ୟ ୨୧ଜଣ କ୍ରୁ ସଦସ୍ୟ ସୁରକ୍ଷିତ ଥିବା ବେଳେ ପ୍ରଥମେ ନିଖୋଜ ଥିବା ମୃତଦେହ ପରଦିନ ଜାହାଜର ଇଞ୍ଜିନ ରୁମରେ ସୃଷ୍ଟି ହୋଇଥିବା ଏକ ବଡ଼ ଗାତ ନିକଟରୁ ମିଳିଥିଲା। ତେବେ ୩୩ ଦିନ ବିତିଯାଇଥିଲେ ବି ସମ୍ପୃକ୍ତ ସିପିଂ କମ୍ପାମି ‘ଭି ସିପ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍’ ଏବଂ ସରକାରୀ ବିଭାଗ ଗୁଡ଼ିକ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳୁନାହିଁ। ପୁଅର ମୃତଦେହ ପାଇଁ ଅପେକ୍ଷା କରିଥିବା ବାପା ପୁଅ ସହ ଘଟିଥିବା ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚାହୁଁଥିବା ବେଳେ ଆସନ୍ତା ସପ୍ତାହରେ ହାଇକୋର୍ଟରେ ଏହି ସମ୍ୱେଦନଶୀଳ ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version