Operation Lotus: ଅଜିତଙ୍କ ମୃତ୍ୟୁ ଅପରେସନ୍ ଲୋଟସ୍‌ର ଅଂଶ: ସଞ୍ଜୟଙ୍କ ମନ୍ତବ୍ୟ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ଼

ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ମାମଲା ରହସ୍ୟମୟ ହେବାରେ ଲାଗିଛି। ଅନେକ ନେତା ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଉଛନ୍ତି। ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ଦୁର୍ଘଟଣାକୁ ଅପରେସନ ଲୋଟସର ଏକ ଅଂଶ ବୋଲି କହିଛନ୍ତି।

ମୁମ୍ବାଇ: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣା ମାମଲା ରହସ୍ୟମୟ ହେବାରେ ଲାଗିଛି। ଅନେକ ନେତା ଦୁର୍ଘଟଣା ଉପରେ ପ୍ରଶ୍ନ ଉଠାଉଛନ୍ତି। ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ବିଜେପି ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ ଆଣି ଦୁର୍ଘଟଣାକୁ ଅପରେସନ ଲୋଟସର ଏକ ଅଂଶ ବୋଲି କହିଛନ୍ତି। ଏହା ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ସଞ୍ଜୟ ଦାବି କରିଛନ୍ତି, ଦେଶର ବର୍ତ୍ତମାନ ପରିସ୍ଥିତି ଏପରି ଯେ ଯିଏ ବିଜେପି ବିରୋଧରେ ଛିଡ଼ା ହେବ ସେ ଜେଲ୍ ଯିବେ ନଚେତ୍ ଜୀବନ ହରାଇବେ। ଅଜିତଙ୍କ ବିମାନ ଦୁର୍ଘଟଣାର ସତ୍ୟତା ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ କରାଯିବା ଉଚିତ। ଏହାର ନିରପେକ୍ଷ ତଦନ୍ତ କରାଯିବା ଜରୁରୀ ବୋଲି ସେ କହିଛନ୍ତି।

ପ୍ରଫୁଲ ପଟେଲଙ୍କୁ ସଞ୍ଜୟଙ୍କ ଟାର୍ଗେଟ

ଯଦି ଅଜିତ ବିଜେପି ଛାଡି ଶରଦ ପାୱାରଙ୍କ ପାଖକୁ ଫେରିଥାନ୍ତେ, ତେବେ ଏହା ବିଜେପିର ଅପରେସନ ଲୋଟସ୍ ପାଇଁ ଏକ ବଡ଼ ଧକ୍କା ହୋଇଥାନ୍ତା। କ୍ଷମତା ପାଇଁ ବିଜେପି କେତେବେଳେ କ”ଣ ଯେ କରିବ ତାହା ଉପରେ ଆଉ କୌଣସି ଭରସା ନାହିଁ। ସଞ୍ଜୟଏନସିପି (ଏପି) ସାଂସଦ ପ୍ରଫୁଲ୍ଲ ପଟେଲଙ୍କୁ ଟାର୍ଗେଟ କରି କହିଛନ୍ତି, ପଟେଲ ଦଳର ଶୀଘ୍ର ସଭାପତି ହେବା ପାଇଁ ଚାହୁଁଛନ୍ତି।

ଠୋସ୍ ପ୍ରମାଣ ଦିଅ

ବିଜେପି ମିଡିଆ ସେଲ୍ ରାଜ୍ୟ ମୁଖ୍ୟ ନବନାଥ ବାନ୍ ଏ ସମ୍ପର୍କରେ ଠୋସ୍ ପ୍ରମାଣ ଉପସ୍ଥାପନ କରିବାକୁ ସଞ୍ଜୟ ରାଉତଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ୍ କରିଛନ୍ତି । ବାନ୍ କହିଛନ୍ତି, ସଞ୍ଜୟ ସାଂସଦ ଭାବରେ କାର୍ଯ୍ୟ କରିବା ସମୟରେ ମିଥ୍ୟା ଅଭିଯୋଗ କରିବାରେ ଅଭ୍ୟସ୍ତ ହୋଇଯାଇଛନ୍ତି। ସେ ନିଜର ପଦବୀ ଓ ରାଜନୀତି ଛାଡି ନିଜ ବ୍ୟବସାୟକୁ ଚାଲୁ ରଖିବା ପାଇଁ ଓଟିଟି ପ୍ଲାଟଫର୍ମ ପାଇଁ ନିର୍ଦ୍ଦେଶନା ତଥା ସ୍କ୍ରିପ୍ଟ ଲେଖିବା ଉଚିତ। ଅଜିତ ଦାଦା କେବେ ଏନ୍‌ସିପିକୁ ଫେରିବାକୁ ପ୍ରସ୍ତୁତ ନଥିଲେ। ସେ ଅନ୍ୟମାନଙ୍କୁ ଏନ୍‌ଡିଏ ମେଣ୍ଟକୁ ଆଣିବାକୁ ଚେଷ୍ଟା କରୁଥିଲେ।

କମ୍ ଦୃଶ୍ୟମାନତା ଦାବି ମିଛ

ପୂର୍ବତନ ଗୃହମନ୍ତ୍ରୀ ତଥା ଏନସିପି (ସପା) ନେତା ଅନିଲ ଦେଶମୁଖ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ୱାବଧାନରେ ବିମାନ ଦୁର୍ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ପ୍ରଶାସନ ଦୁର୍ଘଟଣା ପାଇଁ କମ୍ ଦୃଶ୍ୟମାନତାକୁ ଦାୟୀ କରୁଛନ୍ତି। କିନ୍ତୁ ଏହି ଦାବି ମିଛ। ଘଟଣାସ୍ଥଳର ଭିଡିଓ ଏହାକୁ ମିଥ୍ୟା ପ୍ରମାଣିତ କରୁଛି। ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ସିଆଇଡି ତଦନ୍ତ ଉପରେ ଆପତ୍ତି ପ୍ରକାଶ କରି ସମଗ୍ର ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛନ୍ତି। ସେହିପରି ମନ୍ତ୍ରୀ ଛଗନ ଭୁଜବଳ ବିମାନ ଦୁର୍ଘଟଣା ନେଇ ଷଡ଼ଯନ୍ତ୍ର ହୋଇଥିବା ସନ୍ଦେହ ପ୍ରକାଶ କରିଛନ୍ତି।

 

ସୌଜନ୍ୟ ସମ୍ବାଦ

Exit mobile version