ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦ୍ବାଦଶ ପରୀକ୍ଷା ଫଳରେ ବ୍ୟାପକ ଅନିୟମିତତା ଓ ଅନ୍-ସ୍କ୍ରିନ୍ ମାର୍କିଂ (ଓଏସ୍ଏମ୍)ରେ ତ୍ରୁଟିକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ତୀବ୍ର ବିରୋଧ କରୁଛନ୍ତି। ଏହାରି ଭିତରେ ସିବିଏସ୍ଇର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ଏହି ସପ୍ତାହରେ ସ୍କୁଲ୍ ପ୍ରିନ୍ସିପାଲମାନଙ୍କୁ ଏକ ସୋସିଆଲ ମିଡିଆ ଟୁଲକିଟ୍ ବଣ୍ଟନ କରିଥିଲେ ଯେଉଁଥିରେ ସେମାନଙ୍କୁ ସୋସିଆଲ ମିଡିଆରେ ବୋର୍ଡର ବିବାଦୀୟ ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମ୍କୁ ସମର୍ଥନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରୀ ପରିଚାଳିତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟ ସମେତ ଶହ ଶହ ସ୍କୁଲର ପ୍ରିନ୍ସିପାଲ ପରବର୍ତ୍ତୀ ସମୟରେ ଏପରି ଭିଡିଓ ପୋଷ୍ଟ କରିଥିଲେ।
ଅଧିକପଢ଼ନ୍ତୁ:ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବିସି: ୨୪ ଘଣ୍ଟା ଲୋକଙ୍କୁ ସେବା ଯୋଗାଇବାକୁ ଦେବେ ପ୍ରାଧାନ୍ୟ
‘ହିନ୍ଦୁସ୍ତାନ ଟାଇମ୍ସ’ ଦ୍ବାରା ‘ମାଟେରିଆଲ୍ ଫର୍ ପ୍ରିନ୍ସିପାଲ’ ଶୀର୍ଷକ ଏକ ଡକ୍ୟୁମେଣ୍ଟ ହସ୍ତଗତ ହୋଇଥିଲା, ଯେଉଁଥିରେ ପ୍ରିନ୍ସିପାଲମାନେ ରିଲ୍ କରିବା ସମୟରେ କ’ଣ କହିବେ ତାହାର ସ୍କ୍ରିପ୍ଟ ମଧ୍ୟ ସାମିଲ ଥିଲା। ଏଥିରେ ପ୍ରିନ୍ସିପାଲମାନଙ୍କୁ ସିବିିଏସ୍ଇକୁ ଏହି ସବୁ ସମସ୍ୟା ନେଇ ଅତ୍ୟନ୍ତ ଗମ୍ଭୀର ଓ ଛାତ୍ରଛାତ୍ରୀଙ୍କ ପ୍ରତି ସହାନୁଭୂତିଶୀଳ ଭାବରେ ବର୍ଣ୍ଣନା କରିବାକୁ ଅନୁରୋଧ କରାଯାଇଥିଲା। ଏହାସହିତ ଛାତ୍ରଛାତ୍ରୀ ଓ ଅଭିଭାବକ ଯେପରି ଭୟଭୀତ ନହେବେ ସେଥିପାଇଁ ସେମାନଙ୍କୁ ଆଶ୍ବସ୍ତ କରିବାକୁ କୁହାଯାଇଥିଲା।
ଯାନ୍ତ୍ରିକ ତ୍ରୁଟି ଯୋଗୁ କୌଣସି ପିଲା ହଇରାଣ ହେବେନାହିଁ
ଯାନ୍ତ୍ରିକ ତ୍ରୁଟି ଯୋଗୁ କୌଣସି ପିଲା ହଇରାଣ ହେବେନାହିଁ ବୋଲି ଆଶ୍ବସ୍ତ କରିବାକୁ କୁହାଯାଇଥିଲା। ପ୍ରିନ୍ସିପାଲମାନଙ୍କୁ ଛାତ୍ରଛାତ୍ରୀମାନଙ୍କୁ ଏହା କହିବାକୁ ମଧ୍ୟ କୁହାଯାଇଥିଲା ଯେ, ଯଦି ସେମାନେ ନିଜ ପରୀକ୍ଷା ଫଳରେ ସନ୍ତୁଷ୍ଟ ନାହାନ୍ତି ତେବେ ସେମାନେ ସିବିଏସ୍ଇ ପୁନଃମୂଲ୍ୟାୟନ ପ୍ରକ୍ରିୟା ବ୍ୟବହାର କରିବା ଉଚିତ। ପ୍ରିନ୍ସିପାଲମାନଙ୍କ ଦ୍ବାରା ପୋଷ୍ଟ ହୋଇଥିବା ଅଧିକାଂଶ ଭିଡିଓରେ ସମାନ କଥା କୁହାଯାଉଥିବା ଓ ପ୍ରିନ୍ସିପାଲମାନେ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜବାହାର ନବୋଦୟ ବିଦ୍ୟାଳୟ ପରି ସରକାରୀ ସ୍କୁଲର ହୋଇଥିବା ହିନ୍ଦୁସ୍ତାନ ଟାଇମ୍ସ ପକ୍ଷରୁ ପ୍ରକାଶ କରାଯାଇଛି।
ସୌଜନ୍ୟ ସମ୍ବାଦ

