ଭୁବନେଶ୍ବର: ରାଜ୍ୟବ୍ୟାପୀ ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି। ପରୀକ୍ଷାରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଆଜି ପ୍ରଥମ ସିଟିଂ ୯ଟାରୁ ସାଢ଼େ ୧୧ଟା ଯାଏ ଚାଲିବ। ଏଣେ ଦ୍ବିତୀୟ ସିଟିଂର ସମୟ ରହିଛି ଅପରାହ୍ଣ ୨ଟାରୁ ସାଢ଼େ ୪ଟା ବୋଲି ଜଣାଯାଇଛି।
OTET Exam Starts ୪୫୨ଟି କେନ୍ଦ୍ରରେ ଆରମ୍ଭ ହେଲା ଓଟିଇଟି ପରୀକ୍ଷା-୨୦୨୫
ରାଜ୍ୟବ୍ୟାପୀ ଆଜି ଓଡ଼ିଶା ଟିଚର ଇଲିଜିବିଟି ଟେଷ୍ଟ-୨୦୨୫ OTET ଆରମ୍ଭ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ସାମିଲ ହୋଇଥିବା ସୂଚନା ମିଳିଛି।
