ରାଜ୍ୟ
Pension Yojana: ଲୋକଙ୍କ ସରକାର ଘୋଷଣାରେ ନୁହେଁ, କାର୍ଯ୍ୟକାରିତାରେ ବିଶ୍ୱାସ କରେ: ମନ୍ତ୍ରୀ
ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ସିଂହଭାଗ। ଜିଲ୍ଲାର ୫୯,୦୩୧ ଜଣ ନୂତନ ଯୋଗ୍ୟ ହିତାଧିକାରୀ ଏକକାଳୀନ ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି।

ଛତ୍ରପୁର: ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାକୁ ମିଳିଛି ସିଂହଭାଗ। ଜିଲ୍ଲାର ୫୯,୦୩୧ ଜଣ ନୂତନ ଯୋଗ୍ୟ ହିତାଧିକାରୀ ଏକକାଳୀନ ଏହି ଯୋଜନାରେ ସାମିଲ ହୋଇଥିବାବେଳେ ଦୀର୍ଘଦିନର ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟରେ ନୂତନ ଭାବେ ସାମିଲ ହୋଇଥିବା ମୋଟ ହିତାଧିକାରୀଙ୍କ ମଧ୍ୟରୁ ପ୍ରାୟ ୧୧ ପ୍ରତିଶତ ଗଞ୍ଜାମ ଜିଲ୍ଲାର। ସାମାଜିକ ସୁରକ୍ଷା ଭତ୍ତା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ସମୟୋଚିତ ଭାବେ ଭତ୍ତା ପ୍ରଦାନ ଉଦ୍ଦେଶ୍ୟରେ ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭାରମ୍ଭ ଏବଂ ମଧୁବାବୁ ପେନସନ ଯୋଜନାର ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମ ଅବସରରେ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉଲ୍ଲେଖ କରିଛନ୍ତି।
ସୌଜନ୍ୟ ସମ୍ବାଦ




