ନିଟି ବ୍ଲକ୍‌ର ବାକି ରହିଥିବା ଗ୍ରାମକୁ ଜଳ ଯୋଗାଣ କରିବାକୁ  ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ୨୦୨୬ ଡିସେମ୍ବର ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ଦେବାକୁ ‌ରୂପରେଖ ପ୍ରସ୍ତୁତ ହୋଇଛି। ନିର୍ମାଣଧୀନ ଥିବା ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ଅଗଷ୍ଟ ୨ ସୁଦ୍ଧା ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆ ବ୍ଲକ୍‌ ପ୍ରକଳ୍ପ କାମ ସରିବ। ଭୁବନେଶ୍ବର ବ୍ଲକ୍‌ ଅଧୀନ ଗ୍ରାମ ପଞ୍ଚାୟତଗୁଡ଼ିକ ପାଇଁ ଦୁଇଟି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣଧୀନ ରହିଛି। ବ୍ଳକ୍‌ର ୯ ପଞ୍ଚାୟତ ପାଇଁ ନିର୍ମାଣ ଚାଲିଥିବା ପ୍ରକଳ୍ପ ୨୦୨୬ ମସିହା ଅଗଷ୍ଟ ୩୧ ସୁଦ୍ଧା ସରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଯେତେବେଳେ କି ୬ ପଞ୍ଚାୟତ ପାଇଁ ଜାରି ରହିଥିବା ପ୍ରକଳ୍ପ କାମ ୨୦୨୬ ମସିହା ଡିସେମ୍ବର ୩୧ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।