Plane Crash: ବିମାନ ନେଉଛି ଜୀବନ: ବିଜୟଙ୍କ ପରେ ଆଖିବୁଜିଲେ ଅଜିତ… ଜାଣନ୍ତୁ ପ୍ଲେନ୍ କ୍ରାସରେ ପ୍ରାଣ ହରାଇଛନ୍ତି ଆଉ କେଉଁ ନେତା ?

ଖାଲି ଅଜିତ ପାଓ୍ଵାର ନୁହଁନ୍ତି ବରଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଏମିତି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଜୁନ୍ ୧୨, ୨୦୨୫ରେ ତାଙ୍କ ଝିଅକୁ ଭେଟିବା ପାଇଁ ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା କରୁଥିବା ସମୟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ।

ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ଅଜିତ ପାୱାରଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦ ଘଟଣା । ଅଜିତଙ୍କ ବିୟୋଗରେ ସାରା ଦେଶ ଶୋକର ଛାୟାରେ ବୁଡ଼ିରହିଛି । ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ଗୃହମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଶୋକପ୍ରକାଶ କରିଛନ୍ତି । ଆଜି ସକାଳେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଜିତ ପାୱାର ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ। ଫେରିବା ସମୟରେ ବାରାମତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ବିମାନଟି ବାରାମତିରେ ଅବତରଣ କରୁଥିବା ସମୟରେ ଏହି ଘଟଣା ଘଟିଛି। ଦୁର୍ଘଟଣାରେ ଅଜିତ ପାୱାର ଦେହାନ୍ତ ହୋଇଛି। ବିମାନଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ବିମାନରେ ଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ଡିଜିସିଏ ସ୍ପଷ୍ଟ କରିଛି।

ତେବେ ଖାଲି ଅଜିତ ପାଓ୍ଵାର ନୁହଁନ୍ତି ବରଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଏମିତି ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଜୁନ୍ ୧୨, ୨୦୨୫ରେ ତାଙ୍କ ଝିଅକୁ ଭେଟିବା ପାଇଁ ଅହମ୍ମଦାବାଦରୁ ଲଣ୍ଡନ ଯାତ୍ରା କରୁଥିବା ସମୟରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ରୂପାନୀ ତାଙ୍କ ଝିଅକୁ ଭେଟିବା ପାଇଁ ଲଣ୍ଡନ ଯାଉଥିଲେ, କିନ୍ତୁ ବିମାନ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ଭାରତର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ଥିଲା, ଯେଉଁଥିରେ ବିମାନଟି ରନୱେରୁ ଅଳ୍ପ ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇ ଏକ କଲେଜ ହଷ୍ଟେଲରେ ଧକ୍କା ହୋଇଥିଲା, ଯେଉଁଥିରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରୁ କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ ।

ଖାଲି ଅଜିତ କିମ୍ବା ବିଜୟ ରୂପାଣି ନୁହଁନ୍ତି ବରଂ ଅନେକ ନେତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଜାବନ ନେଇଛି ବିମାନ…

YS ରାଜାସେଖରା ରେଡ୍ଡୀ

ଆନ୍ଧ୍ରପ୍ରଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଵାଇଏସ୍ ରାଜାସେଖରା ରେଡ୍ଡୀ ହେଲିକପ୍ଟରରେ ଉଡ଼ାଣ ରୁଥିବା ବେଳେ ନଲ୍ଲାମାଲା ଜଙ୍ଗଲରେ ଦୁର୍ଘଟଣାର ଶିକାର ହୋଇଥିଲେ । ଜଙ୍ଗଲରୁ ତାଙ୍କ ହେଲିକପ୍ଟର ଅଂଶବିଶେଷ ମିଳିଥିଲା । ଏବଂ ତାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । କୁହାଯାଉଛି କି ଖରାପ ମୌସୁମୀ ପାଇଁ ଏହି ଦୁର୍ଘଟଣା ଘଟିଥିଲା ।

ଡ.ଓ. ଖଣ୍ଡୁ

ସେହିପରି, ଅରୁଣାଚଳପ୍ରଦେଶ ମୁଖ୍ୟମନ୍ତ୍ରୀ ଡ.ଓ. ଖଣ୍ଡୁ ୨୦୧୧ ଏପ୍ରିଲ ୩୦ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେ ହିଲିକପ୍ଟର ଯୋଗେ ଯାତ୍ରା କରୁଥିବା ସମୟରେ ସମ୍ପର୍କ ତୁଟିବା କାରଣରୁ ତାଙ୍କ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ତାଙ୍କର ଦେହାନ୍ତ ହୋଇଥିଲା । ଏବଂ ୫ଦିନ ପରେ ତାଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରାଯାଇଥିଲା ।

ଜି.ଏମ୍.ସି ବାଲାଯୋଗୀ

ଲୋକସଭା ଅଧ୍ୟକ୍ଷ ଏବଂ ତେଲଗୁ ଦେଶମ ପାର୍ଟିର ନେତା ଜି.ଏମ୍.ସି ବାଲାଯୋଗୀ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ହେଲେକପ୍ଟରଟି ଏକ ଉଚ୍ଚ ଗଛରେ ମାଡ଼ ହୋଇ କ୍ରାସ୍ ହୋଇଯାଇଥିଲା ।

ଓମ୍ ପ୍ରକାଶ ଜିନ୍ଦଲ ଏବଂ ସୁରେନ୍ଦ୍ର ସିଂ

ହରିୟାଣାର ଶକ୍ତି ମନ୍ତ୍ରୀ ଏବଂ ଜିନ୍ଦଲ ଗ୍ରୁପ୍ ଅଧ୍ୟକ୍ଷ ଓପି ଜିନ୍ଦଲ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେନ୍ଦ୍ର ସିଂହ ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ହେଲିକପ୍ଟର ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିବା ସମୟରେ ଉତ୍ତର ପ୍ରଦେଶର ସହାରନପୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ସଞ୍ଜୟ ଗାନ୍ଧୀ

କଂଗ୍ରେସ ନେତା ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀ ମଧ୍ୟ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଏକ ଗ୍ଲାଇଡର ଉଡ଼ାଣ ସମୟରେ, ସେ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା, ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ମାଧବରାଓ ସିନ୍ଧିଆ

ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମାଧବରାଓ ସିନ୍ଧିଆ ଏକ ଘରୋଇ ବିମାନରେ ରାଲି ପାଇଁ କାନପୁର ଯାତ୍ରା କରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରେ ପ୍ରାୟ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

ସୁରେନ୍ଦ୍ର ନାଥ

ରାଜ୍ୟପାଳ ଭାବରେ କାର୍ଯ୍ୟରତ ସୁରେନ୍ଦ୍ର ନାଥଙ୍କ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ହିମାଚଳ ପ୍ରଦେଶରେ ତାଙ୍କୁ ଏବଂ ତାଙ୍କ ପରିବାରର ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସରକାରୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

 

 

ସୌଜନ୍ୟ ସମ୍ବାଦ

Exit mobile version