ଭୁବନେଶ୍ୱର: ବରିଷ୍ଠ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଆଶିଷ ଚନ୍ଦ୍ର ମହାନ୍ତି ଭୁବନେଶ୍ୱରସ୍ଥିତ ଆୟକର ବିଭାଗର ଗୁଇନ୍ଦା ଓ ଅପରାଧିକ ଅନୁସନ୍ଧାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ କଟକରେ ଆୟକର କମିସନର (ଅପିଲ, ୟୁନିଟ୍ ୧) ଭାବେ ସଫଳତାର ସହ କାର୍ଯ୍ୟ କରୁଥିଲେ।
ଶ୍ରୀ ମହାନ୍ତି ୨୦୦୫ ବ୍ୟାଚର ଜଣେ ଦକ୍ଷ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଓ ଆୟକର ବିଭାଗରେ ତାଙ୍କର ଦୀର୍ଘ ଦୁଇ ଦଶନ୍ଧିର ବ୍ୟାପକ କାର୍ଯ୍ୟ ଅଭିଜ୍ଞତା ରହିଛି। ଏହି ନୂତନ ନିଯୁକ୍ତି ପୂର୍ବରୁ ସେ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି)ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ” ଟିକସ ନୀତି ଡିଭିଜନ” ଓ ନୂଆଦିଲ୍ଲୀର ” ଅନୁସନ୍ଧାନ ନିର୍ଦ୍ଦେଶାଳୟ” ଭଳି ପ୍ରମୁଖ ବିଭାଗରେ ଉଚ୍ଚ ପଦବୀରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି।
ବର୍ତ୍ତମାନ ସମୟରେ ଟିକସ ଚୋରି ଓ କର ଫାଙ୍କି ରୋକିବା ପାଇଁ ସିବିଡିଟି ପକ୍ଷରୁ ସାରା ଦେଶରେ ଏକ ବ୍ୟାପକ ଜନସମ୍ପର୍କ ଓ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ଅଭିଯାନ ମାଧ୍ୟମରେ ବିଭିନ୍ନ ଆର୍ଥିକ ରିପୋର୍ଟିଂ ଏଜେନ୍ସିଗୁଡ଼ିକ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରାଯାଉଛି, ଯାହାଫଳରେ କର ଫାଙ୍କୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ଗୋପନୀୟ ତଥ୍ୟ ଶୀଘ୍ର ହସ୍ତଗତ ହୋଇପାରିବ।

ସୌଜନ୍ୟ ସମ୍ବାଦ