ଦେଶ ବିଦେଶ

PM Modi Meets Pawar : ପ୍ରଧାନମନ୍ତ୍ରୀ ‌ମୋଦୀଙ୍କୁ ଭେଟିଲେ ଶରଦ ପାୱାର ଓ ସୁପ୍ରିୟା ସୁଲେ

ବିରୋଧୀ ସାଂସଦମାନେ ବୁଧବାର ସଂସଦ ବାହାରେ ସରକାରଙ୍କ ବିରୋଧରେ ‌ଜୋରଦାର ସ୍ଳୋଗାନ ଦେଉଥିବା ବେଳେ ଅନ୍ୟ ଏକ ଛବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ଓ ତାଙ୍କ ଝିଅ ସାଂସଦ ସୁପ୍ରିୟା ସୁଲେ ସଂସଦ ଭବନରେ...

ନୂଆଦିଲ୍ଲୀ: ବିରୋଧୀ ସାଂସଦମାନେ ବୁଧବାର ସଂସଦ ବାହାରେ ସରକାରଙ୍କ ବିରୋଧରେ ‌ଜୋରଦାର ସ୍ଳୋଗାନ ଦେଉଥିବା ବେଳେ ଅନ୍ୟ ଏକ ଛବିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାର ଓ ତାଙ୍କ ଝିଅ ସାଂସଦ ସୁପ୍ରିୟା ସୁଲେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।

ମହାରାଷ୍ଟ୍ରର ବର୍ଷୀୟାନ୍ ‌ନେତା ଶରଦ ପାୱାରଙ୍କୁ ମୋଦୀ କକ୍ଷ ବାହାରକୁ ଆସି ପାଛୋଟି ନେବା ସହିତ ତିନିଜଣଙ୍କ ମଧ୍ୟରେ କିଛି ସମୟ ଧରି ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶରଦ ପାୱାର କିଛି କାଗଜପତ୍ର ଆଦାନ ପ୍ରଦାନ କରୁଥିବା ଓ ଏକାସାଙ୍ଗରେ ବସି ହସଖୁସିରେ କଥା ହେଉଥିବାର ଦେଖିବାକୁ ମିଳିଥିଲା।

ତେବେ ଏହି ବୈଠକରେ କେଉଁ ପ୍ରସଙ୍ଗ ଉଠିଥିଲା ସେ ବିଷୟରେ କିଛି ଜଣାପଡ଼ିନାହିଁ। କିନ୍ତୁ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଉପରେ ଶରଦ ପାୱାର ଏନ୍‌ଡିଏକୁ ସମର୍ଥନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଦିନକ ପୂର୍ବରୁ ପାୱାର ଓ ସୁଲେ ଉଭୟ କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନକୁ ସମର୍ଥନ କରି ଜନ୍ତରମନ୍ତର ଯାଇ ଛାତ୍ରଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ତୀବ୍ର ନିନ୍ଦା କରିଥିଲେ। ଆଜି ସଂସଦ ଭବନରେ ଏହି ଉଚ୍ଚସ୍ତରୀୟ ବୈଠକକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button