ପୁରୁଷୋତ୍ତମପୁର: ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ଥିବାବେଳେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ ନେତା ଓ ସେମାନଙ୍କ ସମର୍ଥକଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏବେଠୁ ପ୍ରାକ୍ ନିର୍ବାଚନୀ ହିଂସା ମୁଣ୍ଡ ଟେକିଲାଣି। ଗତ ରାତିରେ ପୁରୁଷୋତ୍ତମପୁର ଥାନା ବାଘଳା ପଞ୍ଚାୟତ କୁଶପୁର ଗ୍ରାମରେ ପୂର୍ବ ରାଜନୈତିକ ପ୍ରତିଶୋଧ ନେବାକୁ ଗୋଟିଏ ଗୋଷ୍ଠୀର ସମର୍ଥକ ବିରୋଧୀ ଗୋଷ୍ଠୀ ଉପରେ ସଶସ୍ତ୍ର ଆକ୍ରମଣ କରିଛନ୍ତି। ବାଘଳା ସମିତିସଭ୍ୟ ପ୍ରକାଶ ନାହାକଙ୍କ ଘରେ ପଶି ତାଙ୍କୁ ଘୋଷାରି ଅାଣି ଗାଁ ଦାଣ୍ଡରେ ଖଣ୍ଡା, କାତି ଓ ବର୍ଚ୍ଛାରେ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ତାଙ୍କର ଅନ୍ୟ ୩ ସହଯୋଗୀ ରୋହିତ ନାହାକ, ପ୍ରମୋଦ ନାହାକ ଓ କୃଷ୍ଣ ନାହାକଙ୍କୁ ମଧ୍ୟ ହାଣି ଲହୁଲୁହାଣ କରିଛନ୍ତି। ସମସ୍ତଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି।
Political violence is escalating in Ganjam: ଗଞ୍ଜାମରେ ଉଗ୍ରରୂପ ନେଉଛି ରାଜନୈତିକ ହିଂସା: ସମିତିସଭ୍ୟଙ୍କ ସମେତ ୪ ଜଣଙ୍କୁ ଘୋଷାରି ଆଣି ହାଣିଲେ
ପଞ୍ଚାୟତ ନିର୍ବାଚନକୁ ଆଉ ବର୍ଷେ ଥିବାବେଳେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଗଞ୍ଜାମ ଜିଲ୍ଲାରେ ନେତା ଓ ସେମାନଙ୍କ ସମର୍ଥକଙ୍କ ଭିତରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଏବେଠୁ ପ୍ରାକ୍ ନିର୍ବାଚନୀ ହିଂସା ମୁଣ୍ଡ ଟେକିଲାଣି।
