Power sector: ଓଡ଼ିଶାର ଅଭିବୃଦ୍ଧିରେ ମୁଖ୍ୟବାଧକ ବିଦ୍ୟୁତ୍ କ୍ଷେତ୍ର: ଭିତ୍ତିଭୂମି, ବିଦ୍ୟୁତ୍‌ ଉପଯୋଗରେ ଢେର୍‌ ଆଗୁଆ ଆନ୍ଧ୍ର

ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯେଉଁ କେତେକ କ୍ଷେତ୍ର ଉତ୍‌ପ୍ରେରକ ସାଜିଥାନ୍ତି, ସେଗୁଡ଼ିକ ମଧ୍ୟରେ ବିଦ୍ୟୁତ୍‌ କ୍ଷେତ୍ର ଅନ୍ୟତମ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ବିନା ଅଭିବୃଦ୍ଧିର ପ୍ରମୁଖ କ୍ଷେତ୍ର ଯଥା ଶିଳ୍ପ, କୃଷି ଓ ଆନୁସଙ୍ଗିକ କ୍ଷେତ୍ରଗୁଡ଼ିକର ପ୍ରଗତି କଥା ଚିନ୍ତା କରାଯାଇ ନ ପାରେ।

ଭୁବନେଶ୍ବର: ରାଜ୍ୟ ଓ ଦେଶର ଆର୍ଥିକ ଅଭିବୃଦ୍ଧିରେ ଯେଉଁ କେତେକ କ୍ଷେତ୍ର ଉତ୍‌ପ୍ରେରକ ସାଜିଥାନ୍ତି, ସେଗୁଡ଼ିକ ମଧ୍ୟରେ ବିଦ୍ୟୁତ୍‌ କ୍ଷେତ୍ର ଅନ୍ୟତମ। ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ବିନା ଅଭିବୃଦ୍ଧିର ପ୍ରମୁଖ କ୍ଷେତ୍ର ଯଥା ଶିଳ୍ପ, କୃଷି ଓ ଆନୁସଙ୍ଗିକ କ୍ଷେତ୍ରଗୁଡ଼ିକର ପ୍ରଗତି କଥା ଚିନ୍ତା କରାଯାଇ ନ ପାରେ। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ୯୦ ଦଶକରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ବିଦ୍ୟୁତ୍‌ ସଂସ୍କାର ଆପଣାଇଥିଲା। ତେବେ ବିଦ୍ୟୁତ୍‌ ସଂସ୍କାରର ୩ ଦଶନ୍ଧି ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ରାଜ୍ୟରେ ଏ ପର୍ଯ୍ୟନ୍ତ ସୁଲଭ, ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍‌ ସେବା ଅପହଞ୍ଚ। ଏହି କାରଣରୁ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ମଧ୍ୟ ଆଶାନୁରୂପ ନୁହେଁ। ଅପରପକ୍ଷରେ ବହୁ ପଛରେ ଆଂଶିକ ଭାବେ ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକାରୀ କରିଥିବା ଆମ ପଡ଼ୋଶୀ ରାଜ୍ୟଗୁଡ଼ିକ ନିଜ ନିଜ ବିଦ୍ୟୁତ୍ ବ୍ୟବସ୍ଥାକୁ ଯଥେଷ୍ଟ ଉନ୍ନତ କରିଥିବାରୁ ସେମାନଙ୍କର ଆର୍ଥିକ ଅଭିବୃଦ୍ଧି ଆମ ତୁଳନାରେ ବେଶ୍‌ ବଢ଼ିଛି। ଠିକ୍ ଏତିକି ବେଳେ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (ସିଇଏ) ବିଭିନ୍ନ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥା ସମ୍ପର୍କରେ ଯେଉଁ ରିପୋର୍ଟ ପ୍ରକାଶ କରିଛନ୍ତି, ତାହାର ତୁଳନାତ୍ମକ ଚିତ୍ର ଓଡ଼ିଶାର ଯୋଜନା ନିର୍ଦ୍ଧାରକଙ୍କ ପାଇଁ ଯଥେଷ୍ଟ ଗୁରୁତ୍ବ ରଖେ।

Exit mobile version