ଜାତୀୟମନୋରଞ୍ଜନ

Prithvi Shaw-Akriti Agarwal: ଭାଙ୍ଗିଗଲା କି ପୃଥ୍ୱୀ ଶ’-ଆକୃତି ଅଗ୍ରୱାଲ ସମ୍ପର୍କ ? ଭାବି ପତ୍ନୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ହଙ୍ଗାମା

ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି। ଭାବି ପତ୍ନୀ ଆକୃତି ଅଗ୍ରୱାଲଙ୍କ ଏକ ସୋସିଆଲ୍ ମିଡିଆ ପୋଷ୍ଟ ସେୟାର କରିଛନ୍ତି । ଯାହା ଭାଇରାଲ୍ ହେବା ପରେ ଦୁହିଁଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଦୁହିଁଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ କୁହାଯାଉଛୁ । ଦୁହେଁ ସେମାନଙ୍କ ନିର୍ବନ୍ଧର ଫଟୋ ଡିଲିଟ୍ କରିଦେଇଛନ୍ତି ଏବଂ ପୃଥ୍ୱୀଙ୍କୁ ଅନଫଲୋ କରିଛନ୍ତି। ଏବେ ସେମାନଙ୍କ ସମ୍ପର୍କ ଶେଷ ହୋଇଯାଇଛି ବୋଲି ଚର୍ଚ୍ଚା ଜୋର ଧରିଛି।

ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ ଏବେ ଏକ ବ୍ୟକ୍ତିଗତ କାରଣକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଭାବି ପତ୍ନୀ ଆକୃତି ଅଗ୍ରୱାଲ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ଆକୃତି ନିଜ ପୋଷ୍ଟରେ କାହାରି ନାଁ ନେଇନଥିଲେ ବି, ପ୍ରଶଂସକମାନେ ଏହା ପୃଥ୍ୱୀଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ବୋଲି ଅନୁମାନ କରୁଛନ୍ତି। ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଆକୃତି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ସେୟାର କରିଥିଲେ ହେଲେ ପରବର୍ତ୍ତୀ ସମୟରେ ଡିଲିଟ୍ ହୋଇଯାଇଥିଲା।

ଏହି ପୋଷ୍ଟରେ ସେ ଲେଖିଥିଲେ,”ମୋତେ ବହୁତ ଥର ପ୍ରତାରଣା କରାଯାଇଛି, ତଥାପି ମୁଁ ପଦେ ହେଲେ କହିନାହିଁ। ଜୀବନରେ ଗୋଟିଏ ପାଦ ଆଗକୁ ବଢ଼ାଇବା ପରେ ବି ଏମିତି ହେବ, ମୁଁ ବିଶ୍ୱାସ କରିପାରୁନି। ସବୁ ଗୁଜବ ସତ; ତାଙ୍କ ବିଷୟରେ ସୋସିଆଲ ମିଡିଆରେ ଆପଣ ଯାହା ବି ଦେଖୁଛନ୍ତି, ସେସବୁ ସତ।”

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଡେଟ୍ କରିବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ପୃଥ୍ୱୀ ଓ ଆକୃତିଙ୍କ ନିର୍ବନ୍ଧ ହୋଇଥିଲା। ଏହି ପୋଷ୍ଟ ପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଗୁଜବ ସୃଷ୍ଟି ହୋଇଛି। ତେବେ ଆକୃତି ଏପର୍ଯ୍ୟନ୍ତ ଇନଷ୍ଟାଗ୍ରାମରେ ପୃଥ୍ୱୀଙ୍କୁ ଅନଫଲୋ କରି ଦେଇଛନ୍ତି । ସେମାନଙ୍କ ନିର୍ବନ୍ଧର କୌଣସି ଫଟୋ ମଧ୍ୟ ଡିଲିଟ୍ କରି ଦେଇଛନ୍ତି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button