ରାଇରଙ୍ଗପୁର: ବାମନଘାଟି ଓ ପାଞ୍ଚପିଢ ଉପଖଣ୍ଡର ଗଣ ପର୍ବ ହେଉଛି ମକର ପର୍ବ। ତେବେ ଏହି ପର୍ବ ଉପଲକ୍ଷେ ଦୁଇ ଉପଖଣ୍ଡବାସୀଙ୍କୁ ମକର ଭେଟିଦେଲେ ସରକାର। କିଛି ମାସ ପୂର୍ବରୁ ରାଇରଙ୍ଗପୁର ପୁଲିସ ଜିଲ୍ଲା ଘୋଷଣା ପରେ ଆଜିଠାରୁ ବିଧିବଦ୍ଧ ଭାବେ ରାଇରଙ୍ଗପୁର ପୁଲିସ ଜିଲ୍ଲା ଆଜିଠାରୁ କାର୍ଯ୍ୟକ୍ଷମ ହେବ। ଆରକ୍ଷୀ ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିବା ନେଇ ଚୁଡାନ୍ତ ପର୍ଯ୍ୟାୟରେ ଚାଲିଛି ଜୋରଦାର୍ ପ୍ରସ୍ତୁତି ଚାଲିଛି ବୋଲି ସୂଚନା ମିଳିଛି।
ଅଳ୍ପ ଦିନ ମଧ୍ୟରେ ଏସପି କାର୍ଯ୍ୟଭାର ଗ୍ରହଣ କରିବେ
ରାଜ୍ୟ ସରକାର ରାଇରଙ୍ଗପୁର ପୁଲିସ ଜିଲ୍ଲା ଘୋଷଣା ପରେ ଜିଲ୍ଲା ପ୍ରଶାସନ ପୂର୍ବରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା । ତେବେ ଅଳ୍ପ ଦିନ ମଧ୍ୟରେ ଏସପି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ମଧ୍ୟ ପ୍ରସ୍ତୁତି ଚାଲିଛି। ଏସପିଙ୍କ କାର୍ଯ୍ୟ ଭାର ଗ୍ରହଣ କରିବା ନେଇ ଦୁଇ ମାସ ପୂର୍ବେ ଅସ୍ଥାୟୀ କାର୍ଯ୍ୟଳୟ ନିର୍ମାଣ ନେଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ସମୀକ୍ଷା କରିଥିଲେ ଡିଆଇଜି। ଡିଆଇଜି ପ୍ରଥମେ ରାଇରଙ୍ଗପୁର ଏସଡିପିଓ କାର୍ଯ୍ୟାଳୟ ଆସିବାପରେ ଏସପି ରେକର୍ଡ ରୁମ,ଏସପିଙ୍କ କାର୍ଯ୍ୟାଳୟ,ହୋମଗାର୍ଡ କାର୍ଯ୍ୟାଳୟ ,ପୁଲିସ ବ୍ୟାରେକ ଏବଂ ଏସପିଙ୍କ ନିମନ୍ତେ ବାସସ୍ଥଳୀ ପ୍ରଭୃତି ପରିଦର୍ଶନ କରିଛନ୍ତି ।
ଉକ୍ତ ରିପୋର୍ଟ ପୁଲିସ ବିଭାଗର ଉଚ୍ଚ ପଦାଧିକାରୀଙ୍କ ପାଖକୁ ପଠାଯିବା ପରେ ରାଇରଙ୍ଗପୁର ପଲିସ ଜିଲ୍ଲାରେ ଏସପି କାର୍ଯ୍ୟଭାର ଗ୍ରହଣ କରିବେ ବୋଲି କହିଥିଲେ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର। ତେବେ ଆସନ୍ତା ମାସରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁର ଗସ୍ତ ହେବ ବୋଲି ସୂଚନା ମିଳିଛି। ଏଣୁ ତା ପୂର୍ବରୁ ରାଇରଙ୍ଗପୁର ପୁଲିସ ଜିଲ୍ଲାରେ ନୂତନ ଏସପି ନିଯୁକ୍ତ ହେବାର ସମ୍ଭାବନା ରହିଛି।
ସୌଜନ୍ୟ ସମ୍ବାଦ
