ରାଜ୍ୟ

R&B Division-1 ଭୁବନେଶ୍ୱର ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ରେ ଆର୍ଥିକ ଅନିୟମିତତା, ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ରେ ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥ ଅପବ୍ୟବହାର ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର।

ଭୁବନେଶ୍ୱର:  ଭୁବନେଶ୍ୱର ଆର୍‌ଆଣ୍ଡ୍‌ବି ଡିଭିଜନ୍‌-୧ରେ ଆର୍ଥିକ ଅନିୟମିତତା ତଥା ସରକାରୀ ଅର୍ଥର ଅପବ୍ୟବହାର ନେଇ ଆସିଥିବା ଅଭିଯୋଗକୁ ରାଜ୍ୟ ସରକାର ଗୁରୁତର ସହ ଗ୍ରହଣ କରିଛନ୍ତି I ଡିଭିଜନରେ ହୋଇଥିବା ସମସ୍ତ ଦୁର୍ନୀତି ଓ ଅନିୟମିତତାର ତଦନ୍ତ ନିମେନ୍ତ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ  ପୃଥ୍ୱୀରାଜ ହରିଚନ୍ଦନ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି,  ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ନିର୍ମାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି। ଅଭିଯୋଗର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ସବୁ ଦିଗକୁ ଆଧାର କରି ତଦନ୍ତ କରାଯିବ। ତଦନ୍ତ ରିପୋର୍ଟରେ ଅଭିଯୋଗର ସବିଶେଷ ତଥ୍ୟ ସହ ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ପଦକ୍ଷେପ ସମ୍ପର୍କରେ ସୁପାରିଶ ଦେବାକୁ ମଧ୍ୟ କୁହାଯାଇଛି।

ଏଥିସହ ନିର୍ମାଣ ବିଭାଗର ସମସ୍ତ ଡିଭିଜନ୍‌ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅଡିଟ୍‌ ହୋଇନଥିବା ହିସାବ ଯାଞ୍ଚ କରି ସମ୍ପୃକ୍ତ ସିସିଇଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାକୁ ଅତ୍ୟନ୍ତ ଜରୁରୀ ଭାବେ ଗ୍ରହଣ କରିବା ସହିତ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button