ରାଜ୍ୟ

Khalikote Police ASI ମାମଲା ରଫାଦଫା କରିବାକୁ ୧୫ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଖଲିକୋଟ ଏଏସ୍‌ଆଇ

ଅପରାଧିକ ମାମଲା ରଫାଦଫା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଲିକୋଟ ଥାନା ଏଏସ୍‌ଆଇ ସୁଜିତ ପାଣିଗ୍ରାହୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭୁବନେଶ୍ବର: ଥାନାରେ ରୁଜୁ ହୋଇଥିବା ଏକ ଅପରାଧିକ ମାମଲାକୁ ରଫାଦଫା କରିବା ନିମନ୍ତେ ଅଭିଯୁକ୍ତ/ଅଭିଯୋଗକାରୀଙ୍କ ଠାରୁ ୧୫ହଜାର ଟଙ୍କା ଲାଞ୍ଚ ନେଇ ଗଞ୍ଜାମଜିଲ୍ଲା ଖଲିକୋଟ ଥାନାର ଏଏସ୍‌ଆଇ ସୁଜିତ ପାଣିଗ୍ରାହୀ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍‌ସ ବିଭାଗ ଠାରୁ ମିଳିଥିବା ସୂଚନାନୁସାରେ, ଥାନାରେ ଏକ ଅପରାଧିକ ମାମଲାର ତଦନ୍ତ ଅଧିକାରୀ ଏଏସ୍‌ଆଇ ସୁଜିତ ପାଣିଗ୍ରାହୀ ଥିଲେ। ମାମଲାର ଅଭିଯୁକ୍ତ ଏନେଇ ଥାନାରେ ଉକ୍ତ ଏଏସ୍‌ଆଇଙ୍କୁ ଭେଟିଥିଲେ।

ମାମଲା ରଫାଦଫା କରିବା ନିମନ୍ତେ ୧୫ହଜାରଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍‌ସର ଦ୍ବାରସ୍ଥ ହୋଇଥିଲେ।

ଏନେଇ ଭିଜିଲାନ୍‌ସ ବ୍ରହ୍ମପୁର ଭିଜିଲାନ୍‌ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧରା ୭ରେ ୯/୧୧-୯-୨୦୨୬ରେ ଏକ ମାମଲା ରୁଜୁ କରିଥିଲା। ଆଜି ଯୋଜନାବଦ୍ଧ ଭାବେ ଉକ୍ତ ଲାଞ୍ଚଟଙ୍କା ଗ୍ରହଣ କରିବା ବେଳେ ଛପି ରହିଥିବା ଭିଜିଲାନ୍‌ସ ଟିମ୍‌ ମାଡ଼ି ବସିଥିଲେ। ଏଏସ୍‌ଆଇଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button