ଖଣ୍ଡଗିରି: ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର୍) ପକ୍ଷରୁ ବାର୍ଷିକ ଗବେଷଣା ସମ୍ମିଳନୀ ‘ଶୋଧଧାରା’ ଆଜି ଆରମ୍ଭ ହୋଇଛି। ଉଦ୍ଘାଟନୀ ଉତ୍ସବରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ(ନାଇଜର୍)ର ପ୍ରଫେସର ବେଦାଙ୍ଗଦାସ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ଦିଗ୍ଦର୍ଶନ ଦେଇଥିଲେ।
କୁଳପତି ପ୍ରଫେସର ବିଭୂତି ଭୂଷଣ ବିଶ୍ବାଳ ଅଧ୍ୟକ୍ଷତା କରିବା ସହ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ପିଜିଏସ୍ଆର୍ ଡିନ୍ ଅରୁଣା ତ୍ରିପାଠୀ, ‘ଶୋଧଧାରା’ର ପିଆଇସି ଏ ଏନ୍ ଆଚାର୍ଯ୍ୟ, ଏକାଡେମିକ୍ସ ସମୂହର ଡିନ୍ ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଓରାଲ୍ ଓ ପୋଷ୍ଟର ପ୍ରସ୍ତୁତି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଜ୍ଞାନ, ଯାନ୍ତ୍ରିକ, ପ୍ରଯୁକ୍ତି ପରି ବିଭିନ୍ନ କ୍ଷେତ୍ରରୁ ୨୦୦ରୁ ଅଧିକ ସାରାଂଶ ପ୍ରବନ୍ଧ ଦାଖଲ ହୋଇଛି।
ସୌଜନ୍ୟ ସମ୍ବାଦ
