କିନ୍ତୁ ରେଗୁଲାର ନିଯୁକ୍ତି ପରିବର୍ତ୍ତେ ୨୦୦୯ ରୁ ୨୦୧୩ ମସିହା ମଧ୍ୟରେ ଡିଏଲ୍‌ଆର୍‌ / ଏନ୍ଏମ୍ଆରଙ୍କୁ ୱାର୍କଚାର୍ଜକୁ ରୂପାନ୍ତରିତ କରିଥିଲେ। ଅର୍ଥ ବିଭାଗ ୧୯୯୦ ମସିହାରେ ଘୋଷଣା କରିଥିଲା ଯେ ୫ ବର୍ଷ ପରବର୍ତ୍ତୀ ଚାକିରି ସମୟ ପେନସନ୍ ନିମନ୍ତେ ଯୋଗ୍ୟ ହେବ। କିନ୍ତୁ କର୍ମଚାରୀମାନେ ୧୦ରୁ ଊର୍ଦ୍ଧ୍ବ ବର୍ଷ ଚାକିରି ସମାପନ କରିଥିବାରୁ ନିୟମ ଅନୁସାରେ ପେନ୍‌ସନ୍ ପାଇବାକୁ ଯୋଗ୍ୟ ଅଟନ୍ତି। ଦୁଃଖର ବିଷୟ ଯେଉଁ କର୍ମଚାରୀ ଅବସର ନେଉଛନ୍ତି ସେମାନେ କୌଣସି ପେନ୍‌ସନ୍‌ ପାଉନାହାନ୍ତି। ତେଣୁ ୧୦ ବର୍ଷ ଏବଂ ୱାର୍କଚାର୍ଜଡ଼୍ ନିୟମ ସର୍ତ୍ତାବଳୀ ଅନୁସାରେ ୫ ବର୍ଷ ଚାକିରି କରିସାରିଥିବା ଇଂଜିନିୟରିଂ ବିଭାଗର ପେନ୍‌ସନ୍‌ଯୋଗ୍ୟ କର୍ମଚାରୀଙ୍କ ସମୁଦାୟ ଚାକିରିକାଳକୁ ହିସାବକୁ ନେଇ ଅବସରକାଳୀନ ପେନ୍‌ସନ ସହିତ ଗ୍ରାଚ୍ୟୁଇଟି ପ୍ରଦାନ କରିବାକୁ  ଫୋରମ୍‌ର ମୁଖ୍ୟ ସଂଯୋଜକ ରଣଜିତ୍ ମହାନ୍ତି ଦାବି କରିଛନ୍ତି।