ବିଶେଷ

Returning home: ୨୮ ବର୍ଷ ଧରି ପାଦରେ ଚାଲିଚାଲି ଘରବାହୁଡ଼ା

ଚାଲି ଚାଲି ଦୁନିଆ ବୁଲିବା କଥା ଅତି ଅଳ୍ପ ଲୋକଙ୍କ ମନକୁ ଆସୁଥିବ। ସେଇ ଅଳ୍ପ ଲୋକଙ୍କ ଭିତରୁ ଜଣେ ହେଉଛନ୍ତି ଇଂଲଣ୍ଡ୍‌ର କାର୍ଲ ବୁସ୍‌ବି। ସେ ଜଣେ ଆଡ୍‌ଭେଞ୍ଚରର୍‌ ଓ ପୂର୍ବତନ ସୈନିକ।

ଚାଲି ଚାଲି ଦୁନିଆ ବୁଲିବା କଥା ଅତି ଅଳ୍ପ ଲୋକଙ୍କ ମନକୁ ଆସୁଥିବ। ସେଇ ଅଳ୍ପ ଲୋକଙ୍କ ଭିତରୁ ଜଣେ ହେଉଛନ୍ତି ଇଂଲଣ୍ଡ୍‌ର କାର୍ଲ ବୁସ୍‌ବି। ସେ ଜଣେ ଆଡ୍‌ଭେଞ୍ଚରର୍‌ ଓ ପୂର୍ବତନ ସୈନିକ। ୨୮ ବର୍ଷ ଧରି ଚାଲି ଚାଲି ପୃଥିବୀ ବୁଲିସାରିବା ପରେ ୫୭ ବର୍ଷୀୟ ବୁସ୍‌ବି ପୁଣି ଆସି ଇଂଲଣ୍ଡ୍‌ରେ ପହଞ୍ଚିଛନ୍ତି। ନିଜ ଦେଶରେ ପହଞ୍ଚି ସେ ଉତ୍ତର ଇଂଲଣ୍ଡ୍‌ର ହଲ୍‌ ସହରସ୍ଥିତ ତାଙ୍କ ମାଆଙ୍କ ଘରକୁ ଯାତ୍ରା ଆରମ୍ଭ କରିଛନ୍ତି। ୧୯୯୮ ମସିହାରେ ଚିଲିର ପୁଣ୍ଟ ଅରିନଜ୍‌ରୁ ବୁସ୍‌ବି ପଦଯାତ୍ରା ଆରମ୍ଭ କରିଥିଲେ। ଏଥିପାଇଁ ସେ ଦୁଇଟି କଡ଼ା ନିୟମ ରଖିଥିଲେ। ତାହା ହେଉଛି- ଯାନବାହନରେ ଯିବେନି ଏବଂ ଆଡ୍‌ଭେଞ୍ଚର୍‌ ନ ସରିବା ଯାଏଁ ଇଂଲଣ୍ଡ୍‌କୁ ଫେରିବେ ନାହିଁ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button