ଜାତୀୟ

Pets Creamtion: ଏହି ଦେଶରେ ଏମିତି ନିୟମ, ପାଳିତ ପଶୁଙ୍କ ସତ୍କାରରେ ଖର୍ଚ୍ଚ ହୁଏ ପ୍ରଚୁର ଟଙ୍କା

ନୂଆଦିଲ୍ଲୀ: ବିଚିତ୍ର ବିଶ୍ୱ । ନଜର ଆସେ ଅଜବ ଗଜବ କାରନାମା । କେତେବେଳେ କଣ ଘଟିବ କିଏ ବା କହିବ । ସାରା ବିଶ୍ୱରେ ପ୍ରାୟ ମୃତ୍ୟୁ ପରେ ଅନ୍ତ୍ୟେଷ୍ଟିର ଥାଏ ଅଲଗା ନିୟମ । ଏମିତି ଏକ ଦେଶ ଅଛି, ଯେଉଁଠି ପାଳିତ ପଶୁଙ୍କ ମୃତ୍ୟୁରେ କେବଳ ଲୋକେ ଲୁହ ଗଡ଼ାନ୍ତିନି, ବରଂ ମର୍ଯ୍ୟାଦାପୂର୍ଣ୍ଣ ବିଦାୟ ବି ଦିଆହୁଏ । ଦରକାର ପଡିଲେ ଖର୍ଚ୍ଚ ହୁଏ ପୁଳା ପୁଳା ଟଙ୍କା । ସେମିତି ଦେଶଟି ହେଉଛି କେନିୟାର ରାଜଧାନୀ ନାଇରୋବୀ ।

ନାଇରୋବୀରେ ଏମିତି କବରସ୍ଥାନ ଓ ଶ୍ମଶାନ ଘାଟ ଅଛି, ଯାହା ଏବେ ବହୁତ ଚର୍ଚ୍ଚାରେ ରହିଛି । କାରଣ ବି ସେମିତି । ଏଠି ପାଳିତ ପଶୁ କୁକୁର, ବିଲେଇ ଏମିତିକି ଶୁଆର ବି ମୃତ୍ୟୁ ହେଲେ କରାଯାଏ ନିଆରା ଅନ୍ତିମ ସଂସ୍କାର । ନାଇରୋବିର କେନିଆ ସୋସାଇଟି ଫର୍ ଦି ପ୍ରୋଟେକ୍ସନ୍ ଆଣ୍ଡ୍ କେୟାର୍ ଅଫ୍ ଆନିମଲ୍ସ (KSPCA) କ୍ୟାମ୍ପସରେ ପ୍ରିୟଜନଙ୍କୁ ହରାଇବାର ହୃଦୟ ବିଦାରକତା ସ୍ପଷ୍ଟ ଭାବରେ ନଜର ଆସେ ।

ନାଇରୋବିର ଅବସ୍ଥିତ କରେନ୍ । ଏହି ସ୍ଥାନଟି ପ୍ରଥମ ନଜରରେ ଏକ ଶାନ୍ତ ଉଦ୍ୟାନ ପରି ଦେଖାଯାଏ । କିନ୍ତୁ ଏହାର ନୀରବତା ଏକ ଅନନ୍ୟ ପ୍ରକାରର ଯନ୍ତ୍ରଣା ଓ ସ୍ନେହକୁ ଲୁଚାଇ ରଖେ। ଏଠାରେ ଧାଡ଼ିରେ ଥିବା ଛୋଟ କବରଗୁଡ଼ିକ ମଣିଷମାନଙ୍କର ନୁହେଁ । ବରଂ ବିଶ୍ୱସ୍ତ ପ୍ରାଣୀମାନଙ୍କର ଯେଉଁମାନେ ଥରେ ଥିଲେ ପରିବାରର ସଦସ୍ୟ ।

ପଥର ଓ ଫୁଲର ମାଳାରେ ଖୋଦିତ ନାମ:

ବିବିସି ରିପୋର୍ଟ ଅନୁଯାୟୀ, ଯେତେବେଳେ ଆପଣ ଏହି କବରସ୍ଥାନରେ ପାଦ ଦେବେ । ଆପଣ ଚାରିପାଖରେ ଛୋଟ କବର ଦେଖିବେ । ଏହି କବରଗୁଡ଼ିକ ମାର୍ବଲ୍ ଫଳକରେ ସଜାଯାଇଛି, ଯେଉଁଥିରେ “ସ୍ନୋ,” “ସ୍ପୋକି,” ଏବଂ “ମକୋମ୍ବୋଜି” ଭଳି ନାମ ପ୍ରେମ ସହିତ ଖୋଦିତ ହୋଇଛି । ଆଶ୍ଚର୍ଯ୍ୟଜନକ ଭାବରେ, ମଣିଷ ପରି, ଗୋଟିଏ ପରିବାରର ଅନେକ ପାଳିତ ପଶୁଙ୍କୁ ଏକାଠି କବର ଦିଆଯାଇଛି।KSPCA ମୁଖ୍ୟ ୱାଙ୍ଗାରି କାରିଉକି କୁହନ୍ତି ଯେ ଏହା ମଣିଷ ହେଉ କି ପଶୁ, ଆମେ ମଣିଷ ଏହାର ଅର୍ଥ ନିର୍ଣ୍ଣୟ କରୁ।

ପାଳିତ ପଶୁ ମାଲିକମାନେ ବିଶ୍ୱାସ କରନ୍ତି ଯେ ଏହି ବିଶ୍ୱସ୍ତ ପାଳିତ ପଶୁମାନେ ମଧ୍ୟ ମୃତ୍ୟୁ ପରେ ଏକ ସମ୍ମାନଜନକ ବିଦାୟ ପାଇବାକୁ ଯୋଗ୍ୟ। ଏହି ଦେଶରେ, ପାଳିତ ପଶୁମାନଙ୍କ ପାଇଁ କବରସ୍ଥାନ ଅଛି, ଅନ୍ତିମ ସଂସ୍କାର ବହୁତ ଖର୍ଚ୍ଚରେ କରାଯାଏ। ୧୯୮୫ ମସିହାରୁ କାର୍ଯ୍ୟକ୍ଷମ ଏହି କବରସ୍ଥାନ ସମ୍ପୂର୍ଣ୍ଣ ପୂର୍ଣ୍ଣ ହୋଇଗଲାଣି । ଶବଦାହ ଏବେ ଏକ ବର୍ଦ୍ଧିତ ଧାରାରେ ପହଞ୍ଚିଗଲାଣି । ଏହି କବରସ୍ଥାନରେ ପଶୁମାନଙ୍କୁ ମଣିଷଙ୍କ ପରି ନାମ ଓ ଫୁଲରେ ସଜାଯାଇଥାଏ । ଏମିତିକି ମାଲିକମାନେ ସେମାନଙ୍କ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ।

ସୌଜନ୍ୟ Prameya News7

Show More
Back to top button