ଅନେକ ସମୟରେ ରୁଚି ବାଟ କଢ଼େଇ ନିଏ ବୃତ୍ତି ଆଡ଼କୁ। ଜୀବିକାର୍ଜନ ପାଇଁ ପାଲଟେ ମାଧ୍ୟମ। ଏଲିନାଙ୍କ ଚିତ୍ରକଳା ପ୍ରତି ଆଗ୍ରହ ତାଙ୍କୁ ଜଣେ ସଫଳ କଳାକାରର ମର୍ଯ୍ୟାଦା ଦେଇଛି।
ଉଚ୍ଚଶିକ୍ଷା ଲାଭ ପରେ ଜାତୀୟ ସ୍ବାସ୍ଥ୍ୟ ସେବାରେ ଜୁନିଅର ଅଧିକାରୀ ଭାବେ ସରକାରୀ ଚାକିରି ଛାଡ଼ି ଚିତ୍ରକଳାକୁ ଆପଣଇଛନ୍ତି ଏଲିନା। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଗ୍ରାମର ୨୬ ବର୍ଷୀୟା ଏଲିନା ବେହେରା। ପେନ୍ସିଲ୍, ତୂଳୀ ଓ ବିଭିନ୍ନ ରଙ୍ଗ ସାହାଯ୍ୟରେ ଆଙ୍କୁଛନ୍ତି ଅନେକ ଚିତ୍ର। ସ୍କୁଲ ସମୟରୁ ତାଙ୍କର ଚିତ୍ରାଙ୍କନ ପ୍ରତି ଦୁର୍ବଳତା ରହିଥିଲା। ହେଲେ ପାଠପଢ଼ା ପରେ ଚାକିରି ଭିତରେ ବେଶୀ ସମୟ ଦେଇପାରୁ ନଥିଲେ। ମାତ୍ର ଚିତ୍ର ପ୍ରତି ଥିବା ଆଗ୍ରହ ତାଙ୍କୁ ଚାକିରି ଛାଡ଼ିବା ପାଇଁ ବାଧ୍ୟ କରିଥିଲା। ତାଙ୍କର ଏହି ନିଷ୍ପତ୍ତିକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନଥିଲେ। ସମୟକ୍ରମେ ଏଲିନାଙ୍କ ସଫଳତା ଦେଖି ଘର ଲୋକ ମଧ୍ୟ ପ୍ରଶଂସା କରିଥିଲେ। ଏଲିନା କହନ୍ତି, “ମଁୁ ସମସ୍ତଙ୍କ ଠାରୁ କିଛି ଭିନ୍ନ କରିବା ପାଇ ଚାହୁଥିଲି; ସେଥିପାଇଁ ଚାକିରି ଛାଡ଼ି ନିଜ ରୁଚିକୁ ପାଥେୟ କରି ରୋଜଗାରକ୍ଷମ ହେବା ପାଇଁ ନିଷ୍ପତ୍ତି ନେଇଥିଲି।” ପ୍ରଥମେ ସେ ଯେତେବେଳେ ତାଙ୍କ କଳାକୃତିକୁ ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ, ଦର୍ଶକମାନେ ତାଙ୍କ କଳାକୁ ବେଶ୍ ପ୍ରଶଂସା କଲେ। ପ୍ରଶଂସକଙ୍କ ସମର୍ଥନ ତାଙ୍କ ଆତ୍ମବିଶ୍ବାସ ବଢ଼ାଇବା ସହ ତାଙ୍କୁ ସଫଳତା ମଧ୍ୟ ଦେଇଥିଲା।

ସୌଜନ୍ୟ ସମ୍ବାଦ