
ଭୁବନେଶ୍ବର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ନୂଆ ମୁଖ୍ୟ ମହାପ୍ରବନ୍ଧକ (ସିଜିଏମ୍) ଭାବେ ରାକେଶ କୁମାର ୟାଦବ ନିଯୁକ୍ତ ହୋଇଛନ୍ତି। ଶ୍ରୀ ୟାଦବ ୨୦୦୦ ମସିହାରେ ପ୍ରୋବେସନାରି ଅଫିସର ଭାବେ ବ୍ୟାଙ୍କରେ ଯୋଗ ଦେଇଥିଲେ। ୨୬ ବର୍ଷର କ୍ୟାରିୟର ମଧ୍ୟରେ ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରିଟେଲ୍ ଅପରେସନ୍ସ, କର୍ପୋରେଟ୍ କ୍ରେଡିଟ୍, ଏମ୍ଏସ୍ଏମ୍ଇ, ମାନବ ସମ୍ବଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟକରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି। ଏହି ପଦବିରେ ଯୋଗଦେବା ପୂର୍ବରୁ ସେ ମହାରାଷ୍ଟ୍ର ମଣ୍ଡଳର (ଏନ୍ଡବ୍ଲୁ-୩)ର ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରୁଥିଲେ। ଓଡ଼ିଶାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସମସ୍ତ ୯୩୪ଟି ଶାଖା ଓ ୧୧୧ଟି ଅନ୍ୟାନ୍ୟ କାର୍ଯ୍ୟାଳୟ ତାଙ୍କ ତତ୍ତ୍ବାବଧାନ ଓ ମାର୍ଗଦର୍ଶନରେ କାର୍ଯ୍ୟ କରିବ।
ସୌଜନ୍ୟ ସମ୍ବାଦ




